୮ ଦିନର ଶିଶୁପୁତ୍ରକୁ ୨ ହଜାର ଟଙ୍କାରେ ବିକିଦେଲା ବାପା, ଉଦ୍ଧାର କଲା ଚାଇଲ୍ଡ ଲାଇନ୍

Published By : Prameya-News7 Bureau | August 06, 2020 IST

କନ୍ଧମାଳ ୬।୮: ୮ ଦିନର ଶିଶୁପୁତ୍ର ବିକିଦେଇଥିଲା ବାପା । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ବୁଡୁପୁଡା ଗାଁର ଜଗଦୀଶ ଦିଗାଲ ଫୁଲବାଣୀ ଚିତ୍ରକୁଟ ସାହିର ଏକ ନିଃସନ୍ତାନ ଦମ୍ପତିଙ୍କୁ ଶିଶୁ ପୁତ୍ରକୁ ବିକି ଦେଇଛନ୍ତି । ଅଭିଯୋଗ ପାଇବା ପରେ ଚାଇଲ୍ଡ ଲାଇନ୍ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏସ.ଏନ.ସି.ୟୁରେ ଭର୍ତ୍ତି କରିଛନ୍ତି । ଏନେଇ ଏସଡିପିଓ ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି ।

ଜଗଦୀଶ ଦିଗାଲଙ୍କର ୯ ବର୍ଷର ପୁଅଟିଏ ଅଛି । ସପ୍ତାହେ ତଳେ ତାଙ୍କ ଆଉ ଏକ ପୁଅ ଜନ୍ମ ହୋଇଥିଲା । ତାଙ୍କ ସ୍ତ୍ରୀ ପ୍ରମୋଦିନୀ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ କିଛି ଦିନ ତଳେ ଘର ଛାଡି ପଳାଇ ଯାଇଛନ୍ତି । ତେଣୁ ଶିଶୁପୁତ୍ରକୁ ୨ ହଜାର ଟଙ୍କା ଜଗଦୀଶ ଜଣେ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଚାଇଲ୍ଡ ଲାଇନ୍ ଶିଶୁପୁତ୍ରକୁ ଉଦ୍ଧାର କରି ଥିବାବେଳେ ଘଟଣାର ତଦନ୍ତ କରୁଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.