ମାଲକାନଗିରି ୧୮।୧: ରାଜ୍ୟରେ ପୁଣି ଶୁଭିଲା ଭୋକିଲା ପେଟର କାନ୍ଦିବା ଶବ୍ଦ । ଖାଇବାକୁ ନପାଇ ନିଜର ୧୭ ଦିନର ଛୁଆକୁ ବିକ୍ରି କରିବାକୁ ଯାଉଥିଲା ମାଲକାନଗିରି ଜିଲ୍ଲାର ଜଣେ ବଣ୍ଡା ଯୁବକ । ଖୈରପୁଟ ବ୍ଲକ୍ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତ କାତାମଗୁଡା ଗାଁର ମାଙ୍ଗତୁ ଚାଲାଣ, ପିଲାବିକ୍ରି କରିବାକୁ ଯାଉଥିବା ସମୟରେ ଉଦ୍ଧାର କରିଛି ଶିଶୁ ମଙ୍ଗଳ କମିଟି ।
{"id":212847,"sizeSlug":"large"}ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ କୋଟା ଜନସନ୍ ରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିବା ସହ ମାଲକାନଗିରି ଆଣିଛି ଶିଶୁ ମଙ୍ଗଳ କମିଟି । ଏଥିସହ ଉଦ୍ଧାର ଶିଶୁକନ୍ୟାଟିର ସମସ୍ତ ଦାୟିତ୍ବ ମଧ୍ୟ ନେଇଛି କମିଟି ।
{"id":212848,"sizeSlug":"large"}ମାଙ୍ଗତୁଙ୍କ ୬ଟି ସନ୍ତାନ ରହିଛନ୍ତି । ତାଙ୍କ ସ୍ତ୍ରୀ ନୂଆବର୍ଷରେ ଶିଶୁକନ୍ୟାଟିକୁ ଜନ୍ମ ଦେବା ସହ ମୁଦୁଲିପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ ଆଖି ବୁଜିଛନ୍ତି । ତେବେ ୬ ସନ୍ତାନ ସହ ବାପା ଓ ମା’ଙ୍କ ଭରଣପୋଷଣରେ ଅକ୍ଷମ ଯୋଗୁଁ ସେ ଶିଶୁକନ୍ୟାଟିକୁ ବିକିବାକୁ ଯାଉଥିବା କହିଛି ମାଙ୍ଗତୁ ।