Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମର୍ଣ୍ଣିଓ୍ଵାର୍କରେ ଯାଇ ବାପାଦେଖିଲେ ପୁଅ ହତ୍ୟାର ହୃଦୟ ବିଦାରକ ଦୃଶ୍ୟ, ରାତିରୁ ପୁଅ ଥିଲା ନିଖୋଜ

31/01/2019 at 8:13 PM

ନୂଆଦିଲ୍ଲୀ ୩୧/୧-  ବାପା ଦେଖିଲା ପୁଅର ବିଭତ୍ସ ହତ୍ୟାର ରୂପ । ମର୍ଣ୍ଣିଓ୍ଵାର୍କରେ ଯାଇଥିବା ସମୟରେ ପାର୍କରେ ପଡ଼ିଥିଲା ପୁଅର ଶବ । ଏହି ହତ୍ୟାକାଣ୍ଡ କାରଣ  କିଛି ଜଣାପଡ଼ି  ନାହିଁ ।

ଏହିଭଳି ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀର ବିକାଶପୁରୀ ଥାନା ଅଂଚଳରେ । ବଳରାମ ନାମକ ଜଣେ ଯୁବକ ଗତକାଲିରୁ ନିଖୋଜ ଥିବା କଥା ପରିବାର ଲୋକ ଥାନାରେ ଜଣାଇଥିଲେ । କିନ୍ତୁ   ବଳରାମର କୌଣସି ଖବର ମିଳିପାରି ନଥିଲା ।

ସକାଳେ ବଳରାମର ବାପା ନିକଟରେ ଥିବା ପାର୍କକୁ ମର୍ଣ୍ଣି ଓ୍ଵାର୍କ କରିବାକୁ ଯାଇଥିବା ସମୟରେ କିଛି ଲୋକ ରୁଣ୍ଡ ହୋଇଥିବା କଥା ଦେଖିଥିଲେ । ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସେ ଦେଖିଥିଲେ । ସେ ପାଖକୁ ଯାଇ ଦେଖିଲେ ,କାଲି ରାତିରେ ନିଖୋଜଥିବା ପୁଅର ଶବ ।

ନିଜପୁଅ ବଳରାମର ଶବ ଦେଖି ଅଚେତ ହୋଇଯାଇଥିଲେ ତାଙ୍କ ବାପା । ଖବର ପାଇ ପରେ ଶବକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇଦେଇଛି ପୋଲିସ ।

ଗତକାଲି ରାତିରୁ ବଳରାମ ନିଖୋଜ ଥିଲେ । ସେ ଅଳ୍ପସମୟ ପାଇଁ ବାହାରୁ ଆସୁଛନ୍ତି ବୋଲି କହି ଘରୁ ବାହାରିଥିଲେ ବି ରାତିରେ ଫେରି ନଥିଲେ । ସାଙ୍ଗମାନଙ୍କ ସହ ମିଶି ମଦ୍ୟପାନ କରିବା ପରେ ଘଟିଛି ଏହି ହତ୍ୟାକାଣ୍ଡ ବୋଲି ପୋଲିସ କରିଛି ସ୍ଫଷ୍ଟ ।

ଏହି ହତ୍ୟାକଣ୍ଡ ପଛରେ ଆଉ କିଛି କାରଣ ଥାଇପାରେ ବୋଲି ପୋଲିସ ତଦନ୍ତ କରୁଛି ।

   Related Posts