Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ

20/06/2021 at 1:46 PM

ଭୁବନେଶ୍ୱର, ୨୦/୦୬ :   ରାଜଧାନୀରେ ୧୦ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି ଘଟଣାର ଦିନକ ପରେ ଶିଶୁପୁତ୍ରର ସନ୍ଧାନ ମିଳିଛି । ଖାରବେଳ ନଗର ମସ୍‌ଜିଦ୍‌ କଲୋନିର ଜଣେ ମହିଳାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ନିଶା ସେବନ ପାଇଁ ଟଙ୍କା ଲୋଭରେ ବାପା ଶିଶୁପୁତ୍ର ବିକିଥିବା ନେଇ ସମ୍ପୃକ୍ତ ମହିଳା ବୟାନ ଦେଇଛନ୍ତି ।

ଶନିବାର ଖାରବେଳ ନଗର ଥାନା ପୁଲିସ ସହଯୋଗରେ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି । ମହିଳା ଜଣକ ହେଲେ ସୁମେଦୁନ୍‌ ବିବି । ସେ ପୁଲିସ ସାମ୍ନାରେ ଶିଶୁପୁତ୍ର କିଣିଥିବା ସ୍ୱୀକାର କରିଛନ୍ତି । ସେ ବୟାନ ଦେଇଛନ୍ତି ଯେ ମାଷ୍ଟରକ୍ୟାଣ୍ଟିନ ଛକରେ କିଛି ବନ୍‌ଜାରା ରହୁଛନ୍ତି । ସେହି ରାସ୍ତାରେ ୨ ଦିନ ତଳେ ଯିବା ବେଳେ ଶିଶୁପୁତ୍ରଟି ଖୋଲାରେ ପଡି଼ଥିଲା । ଶିଶୁପୁତ୍ରର ବାପା ନିଶାରେ ଚୁର୍‌ ହୋଇ ପାଖ ଚଟାଣରେ ଚିତ୍‌ ପଟାଙ୍ଗ ମାରୁଥିଲା । ପିଲାଟି ବାବଦରେ ପଚାରିବାରୁ ବାପା କହିଲା ଯେ ୟେ ପିଲାକୁ ମୁଁ ପାଳି ପାରିବିନି । ୟାକୁ ତୁ ନେଇ ଯା, ପାଳିବୁ । କିନ୍ତୁ ମଦ ପିଇବା ପାଇଁ ମତେ ୧୦ ହଜାର ଟଙ୍କା ଦେ ।

ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, ମାତ୍ର ୧୦ ହଜାର ଟଙ୍କା ପାଇଁ ୧୦ ଦିନର ଶିଶୁପୁତ୍ରକୁ ବିକିବାକୁ ପଛାଇ ନାହିଁ ବାପା । ଶିଶୁଟିକୁ ଉଦ୍ଧାର ପରେ ସୁଭଦ୍ରା ମହତାବ୍‌ ସେବା ସଦନ ନାମକ ସ୍ପେଶାଲ ଆଡପ୍ସନ ସେଣ୍ଟରକୁ ପଠାଯାଇଛି । ଗତକାଲିର ଭିଡିଓ ଭାଇରାଲ୍‌ ପରେ ଘଟଣାକୁ ଗୁରୁତର ସହ ନିଆଯାଇଥିଲା । ଏନେଇ ଭୁବନେଶ୍ୱର ପୁଲିସ ଡିସିପି ଓ ଜୋନ୍‌ ୧ ଏସିପିଙ୍କୁ ତଦନ୍ତ ପାଇଁ କୁହାଯାଇଥିଲା । ତଦନ୍ତ ପାଇଁ ଖାରବେଳ ନଗର ଥାନା ପୁଲିସ ଏକ ଟିମ୍‌ ଗଢ଼ିଥିଲା । ଆଜି ମାଳିସାହି ନିକଟରୁ ପିଲାଟିକୁ ଉଦ୍ଧାର କରିଥିଲା ।

   Related Posts