Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ରାକ୍ଷସ ବାପା ! ବଡ଼ ଝିଅ ସହ ୭ ବର୍ଷ ହେଲା ଦୁଷ୍କର୍ମ କରୁଥିଲା, ସାନ ଝିଅକୁ ବି ଛାଡ଼ିଲାନି

18/01/2021 at 3:47 PM

ଚଣ୍ଡିଗଡ଼ ୧୮/୦୧: ଏମିତି ବାପ କାହାକୁ ନମିଳୁ ! ବାପ ନୁହେଁ ତ ମଣିଷ ରୂପୀ ରାକ୍ଷସ। ବାପ-ଝିଅର ପବିତ୍ର ସମ୍ପର୍କରେ ଲଗାଇଦେଲା ଦାଗ। ନିଜର ନାବାଳିକା ଝିଅକୁ ଦୀର୍ଘ ୭ ବର୍ଷ ଧରି ଦୁଷ୍କର୍ମ କରୁଥିଲା ବାପା। ୧୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ସହ ବାରମ୍ବାର ତାକୁ ଗର୍ଭବତୀ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଅମାନୁଷିକ ଘଟଣା ହରିୟାଣାରେ ଘଟିଛି।

ତେବେ ପୀଡ଼ିତା ଏନେଇ ହିସାର ଥାନାରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଅଭି​‌ଯୋଗ କ୍ରମେ ତାଙ୍କ ବାପା ଜଣେ ମଣିଷ ରୂନୀ ରାକ୍ଷସ। ତାଙ୍କ ସହ ୭ ବର୍ଷ ହେଲା ଦୁଷ୍କର୍ମ କରିବା ସହ ପ୍ରତିବାଦ କରିଲେ ଧମକ ବି ଦେଉଥିଲା ବାପା। କେବଳ ତାଙ୍କ ସହ ନୁହେଁ ବରଂ ତାଙ୍କର ୧୧ ବର୍ଷୀୟା ସାନ ଭଉଣୀ ସହ ମଧ୍ୟ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ବାପା।

ପୀଡ଼ିତାଙ୍କ ପାଖରୁ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବାପା ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ଅଭିଯୁକ୍ତ ବିରୋଧରେ ଧାରା ୩୭୬(୨), ୩୭୬ (୨), ୩୧୩,୫୦୬, ୩୨୩ ଓ ୩୫୪-ଏ (୧) ଅଧିନରେ ମାମଲା ରୁଜୁ କରିଛି ପୋଲିସ। ଯେହେତୁ ପୀଡ଼ିତା ଜଣେ ନାବାଳିକା ତେଣୁ ପୋସ୍କୋ ଆକ୍ଟରେ ବି ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ମାମଲା ସମ୍ପର୍କରେ ପଚରା ଉଚରା ଜାରି ରହିଥିବା ଜଣାପଡ଼ିଛି।

   Related Posts