ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା, କୋର୍ଟରେ କହିଲା- ସେ ମୋର ଝିଅ ନ ଥିଲା, ମୋ ସ୍ତ୍ରୀର ପାପ ପ୍ରଣୟର ଫଳ : ଅଦାଲତ ଶୁଣାଇଲେ ଫାଶୀଦଣ୍ଡ

Published By : Prameya-News7 Bureau | December 29, 2018 IST

ଭୋପାଳ ୨୯/୧୨- ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ଅପରାଧରେ ଜଣେ ବାପାକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଅଦାଲତ । ଏଭଳି ଏକ ଲଜ୍ଜାଜନକ ଏବଂ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ । କେବଳ ସେତିକି ନୁହେଁ ଫାଶୀ ଦଣ୍ଡ ପାଇଥିବା ବାପା ଅଦାଲତରେ ଯେଉଁ ବୟାନ ଦେଇଥିଲା ତାହା ଆହୁରି ସାଂଘାତିକ ।  ଏହି ମାମଲାର ବିଚାର ଚାଲିଥିବାବେଳେ ଏହି ଜଲ୍ଲାଦ ବାପା ଅଦାଲତଙ୍କୁ କହିଥିଲା ଯେ, ଯେଉଁ ନାବାଳିକା ଝିଅଟିକୁ ସେ ଦୁଷ୍କର୍ମ ଓ ହତ୍ୟା କରିଛି ପ୍ରକୃତରେ ସେ ତା ଔରସରୁ ଜନ୍ମ ହୋଇନାହିଁ । ତା ସ୍ତ୍ରୀର ପାପ ପ୍ରଣୟର ଫଳ ।

ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି ବିଭତ୍ସ କାଣ୍ଡ ଘଟାଇଥିବା ଏହି ଜଲ୍ଲାଦ ବାପାର ନାଁ ହେଉଛି ଅଫଜଲ ଖାନ । ୪୨ ବର୍ଷ ବୟସ୍କ ଅଫଜଲ ତା ସ୍ତ୍ରୀର ଚରିତ୍ରକୁ ସବୁବେଳେ ସନ୍ଦେହ କରିଆସୁଥିଲା । ସନ୍ଦେହ ଏପରି ସ୍ଥରକୁ ଯାଇଥିଲା ଯେ, ଜନ୍ମ ହୋଇଥିବା ସେମାନଙ୍କ ଝିଅ ତା ଔରସର ନୁହେଁ ବୋଲି ମଧ୍ୟ କହୁଥିଲା । ସେଥିପାଇଁ  ୬ ବର୍ଷର ନିଜ ଝିଅକୁ ବରାବର ଅତ୍ୟାଚାର କରୁଥିଲା ।

୨୦୧୭ ମସିହା ମାର୍ଚ୍ଚ ୧୫ ତାରିଖରେ ସନ୍ଦିଗ୍ଧ ଅବସ୍ଥାରେ  ୬ ବର୍ଷର ନାବାଳିକ ଝିଅକୁ ମୁମୁର୍ଷୂ ଅବସ୍ଥାରେ ପୋଲିସ ହସପିଟାଲରୁ ଉଦ୍ଧାର କରିଥିଲା । ହେଲେ ସଙ୍କଟାପନ୍ନ ଅବସ୍ଥାରେ ଥିବା  ନାବାଳିକାଟିର ହସପିଟାଲରେ ହିଁ ମୃତ୍ୟୁ ହୋଇଯାଇଥିଲା ।

{"id":68577}

ଏହି ଘଟଣାରେ ପ୍ରଥମେ ପୋଲିସ ନାବାଳିକାର ବାପା ଅଫଜଲକୁ ସନ୍ଦେହକୁ ଆଣିଥିଲା । ଥାନାକୁ ଆଣି ପଚରାଉଚରା କରି ଛାଡ଼ିଦେଇଥିଲା । ହେଲେ ନାବାଳିକାର ମାଆ ସବୁକଥା ପୋଲିସ ଆଗରେ କହିଥିଲା । ନାବାଳିକା ଝିଅ ସହ ଦୁଷ୍କର୍ମ କରିବାପରେ ତା ପିତା ଅଫଜଲ ହିଁ ତାକୁ ହତ୍ୟା କରିବା ପାଇଁ ଉଧ୍ୟମ କରିଥିଲା । ଏହି ଘଟଣାର ସେ ସାକ୍ଷୀବୋଲି ମଧ୍ୟ ପୋଲିସ ଆଗରେ କହିଥିଲା । ପୋଲିସ ଅଫଜଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହି ମାମଲାର ଶୁଣାଣି କରି ଭୋପାଳର ଏକ ବିଶେଷ ଅଦାଲତ ଏହି ଘଟଣାକୁ ରେରେଷ୍ଟ ଅଫ ରେର୍‌ ମାମଲାର ଆଖ୍ୟା ଦେବା ସହ ଅଫଜଲକୁ ଫାଶୀ ଦଣ୍ଡାଦେଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.