୧୫ ବର୍ଷ ଧରି ଦୁଇ ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା, ଚୁପ୍ ରହିବା ପାଇଁ ଧମକ ବି ଦେଉଥିଲା ମା’

Published By : Prameya-News7 Bureau | August 20, 2019 IST

ଲକ୍ଷ୍ନୌ ୨୦|୮: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କାମୁକ ବାପା ନିଜର ଦୁଇ ଝିଅଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ୧୫ବର୍ଷ ଧରି ଦୁଇ ଝିଅଙ୍କ ସହ ବାପା ଏଭଳି କୁତ୍ସିତ କାମ କରିବା ସହ ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିବାର ଜଣାପଡିଛି । ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଆଶା ଜ୍ୟୋତି କେନ୍ଦ୍ରକୁ ଏକ ଚିଠି ଆସିଥିଲା । ଚିଠିରେ ଘଟଣା ସଂପର୍କରେ ଦୁଇ ଉଭଣୀ ଲେଖି ଜଣାଇବା ସହ କାମୁକ ବାପା ନିକଟରୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ ।

ଏଭଳି ଚିଠି ମିଳିବା ପରେ ଆଶା ଜ୍ୟୋତି କେନ୍ଦ୍ର ଟିମ୍ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ । ଦୁଇ ଭଉଣୀଙ୍କୁ ଉଦ୍ଧାର କରିବା ପରେ ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା । ଏହା ପରେ ସିଡବ୍ଲୁସିଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତ ବାପା ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବାପା ଜଣେ ଠିକାଦାର । ସେ ଦୀର୍ଘ ୧୫ବର୍ଷ ଧରି ନିଜର ଦୁଇ ଝିଅଙ୍କ ସହ ଦୁଷ୍କର୍ମ କରିଆସୁଥିଲେ । ବଡ ଝିଅର ବୟସ ୨୫ବର୍ଷ ହୋଇଥିବାବେଳେ ସାନ ଝିଅର ବୟସ ୨୦ ବର୍ଷ ବୋଲି ଜଣାପଡିଛି । ପୋଲିସ କାମୁକ ବାପା ବିରୋଧରେ ଧାରା ପୋକ୍ସୋ ଆଧାରରେ ମାମଲା ରୁଜୁ କରିଛି ।

ପୀଡିତା ଯୁବତୀଙ୍କ ସୂଚନା ଅନୁସାରେ ସେମାନଙ୍କ ମା ମଧ୍ୟ ବାପାଙ୍କ ଦୁଷ୍କର୍ମ କରିବାକୁ ସମର୍ଥନ କରୁଥିଲେ । ମୁହଁ ବନ୍ଦ ରଖିବାକୁ ମା ମଧ୍ୟ ସେମାନଙ୍କୁ ଧମକ ଦେଉଥିଲେ । ବାପାଙ୍କ ଏଭଳି କାମ ପାଇଁ ବଡ ଝିଅ ୫ରୁ ୬ଥର ଗର୍ଭବତୀ ମଧ୍ୟ ହୋଇସାରିଥିବା ଜଣାପଡିଛି । କିନ୍ତୁ ପ୍ରତ୍ୟେକ ଥର ତାଙ୍କ ମାଆ ଔଷଧ ଦେଇ ତାଙ୍କର ଗର୍ଭପାତ କରାଇବା ସହ ମୁହଁ ବନ୍ଦ ରଖିବାକୁ କହିଥିଲେ । ଫେରାର ଥିବା ଅଭିଯୁକ୍ତ ବାପାକୁ ପୋଲିସ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.