୧୬ବର୍ଷ ବୟସ୍କ ଝିଅକୁ ୪ମାସ ଧରି ଦୁଷ୍କର୍ମ କରିଥିଲା ବାପା : ଝିଅ ପାଇଁ ରଖୁଥିଲା କରଓ୍ବାଚୌଥ ବ୍ରତ

Published By : Prameya-News7 Bureau | January 17, 2020 IST

ଚଣ୍ଡିଗଡ଼ ୧୭/୧: ଚଣ୍ଡିଗଡ଼ରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ୩୫ବର୍ଷ ବୟସ୍କ ସାବତ ବାପା ୧୬ବର୍ଷ ବୟସ୍କା ଝିଅଙ୍କୁ ବିବାହ କରିବା ପାଇଁ କରଓ୍ବାଚୌଥ ବ୍ରତ ରଖିଥିଲା। କେବଳ ଏତିକି ନୁହେଁ, ତା’ ବିରୋଧରେ ଝିଅଙ୍କୁ ଦୁଷ୍କର୍ମ କରି ତାଙ୍କୁ ୪ମାସର ଗର୍ଭବତୀ କରିବାର ଅଭିଯୋଗ ରହିଛି। ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା। ଏହି ଘଟଣା ସମ୍ପର୍କରେ ପୋଲିସ୍ ଏବଂ ଚାଇଲ୍ଡ ହେଲ୍ପଲାଇନକୁ ସୂଚନା ଦିଆଯାଇଥିଲା। ସେକ୍ଟର-୩୬ ଥାନା ପୋଲିସ୍ ଧାରା ୩୭୬ ଏବଂ ୫୦୬ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ଘଟଣାଟି ଘଟିଛି ବୀରବରରେ । ଘଟଣା ସମ୍ପର୍କରେ ଜଣା ପଡ଼ିବାରୁ ପୋଲିସ୍ ଏବଂ ଚାଇଲ୍ଡ ହେଲ୍ପଲାଇନ୍ ଟିମ୍ ପହଞ୍ଚି ନାବାଳିକାଙ୍କୁ କାଉନସିଲିଙ୍ଗ୍ ଆରମ୍ଭ କରିଥିଲେ। ନିଜ ବୟାନରେ ୧୬ବର୍ଷ ବୟସ୍କା କିଶୋରୀ କହିଥିଲେ ତାଙ୍କ ପରିବାର ମୂଳରୂପରେ ଉତ୍ତରପ୍ରଦେଶରେ ଜୌନପୁର ବାସିନ୍ଦା। ସେ ଚଣ୍ଡିଗଡ଼ରେ ରହୁଥିବା ସାବତ ବାପାଙ୍କଠୁ ଘରର ଖର୍ଚ୍ଚ ନେବାକୁ ଆସିଥିଲେ।

ଏହି ସମୟରେ ଅଭିଯୁକ୍ତ ତାଙ୍କୁ ଧମକ ଦେଇ ଦୁଷ୍କର୍ମ କରିଥିଲା। ଏହା ପରଠୁ ୪ମାସ ଧରି ଧମକ ଦେଇ ଦୁଷ୍କର୍ମ କରୁଥିଲା। ସେ ନାବାଳିକାଙ୍କୁ ବିବାହ କରିବାକୁ ଚାହୁଁଥିଲା। ନାବାଳିକାଙ୍କୁ ମଧ୍ୟ କରଓ୍ବାଚୌଥ ବ୍ରତ ଜବରଦସ୍ତି ରଖିବାକୁ ବାଧ୍ୟ କରିଥିଲା। ଏହା ପରେ କିଶୋରୀ ସାହସ କରି ଏହାର ସୂଚନା ଚାଇଲ୍ଡ ହେଲ୍ପଲାଇନକୁ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.