ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପିତୃ ବିୟୋଗ

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପିତୃବିୟୋଗ ହୋଇଛି। ଆଦିତ୍ୟ ନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ ଦିଲ୍ଲୀସ୍ଥିତ ଏଆଇଆଇଏମଏସ୍‌ରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୮୯ ବର୍ଷ ବୟସ୍କ ଆନନ୍ଦ ବାର୍ଦ୍ଧକ୍ୟଜନିତ ରୋଗରେ  ଆକ୍ରାନ୍ତ ଥିଲେ। ଏଣୁ ଦିଲ୍ଲୀ ଏମସ୍‌ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି।

{"id":257149,"sizeSlug":"large"}

ମୁଖ୍ୟମନ୍ତ୍ରୀଙ୍କ ପିତୃବିୟୋଗ ନେଇ ଉତ୍ତରପ୍ରଦେଶ ଗୃହମନ୍ତ୍ରାଳୟ ଅତିରିକ୍ତ ସଚିବ ଅବନିଶ କୁମାର ଅବସ୍ଥି ଏକଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରିଛନ୍ତି। ଅବସ୍ଥିଙ୍କ ସୂଚନା ଅନୁସାରେ ସୋମବାର ପୂର୍ବାହ୍ନ ୧୦ଟା ୪୪ ମିନିଟ୍‌ରେ ଆନନ୍ଦଙ୍କ ପରଲୋକ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ପିତୃବିୟୋଗରେ ଅବସ୍ଥି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

{"id":257147,"sizeSlug":"large"}

ସୂଚନା ଯୋଗ୍ୟଯେ ଆନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛି ଦିନ ହେଲା ଗୁରୁତର ଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖି ଡାକ୍ତରମାନେ ଚିକିତ୍ସା କରୁଥିବା ବେଳେ ତାଙ୍କର ପରଲୋକ ହୋଇଛି। ତେବେ ରାଜ୍ୟରେ କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜଧାନୀ ଲକ୍ଷ୍ନୌରେ ଟିମ୍ ଇଲେଭେନ ସହ ଜରୁରି ବୈଠକରେ ଥିଲେ। ଏଣୁ ମୃତ୍ୟୁ ସଜ୍ୟାରେ ମୁଖ୍ୟମନ୍ତ୍ରୀ ପିତାଙ୍କ ଅନ୍ତିମ ଦର୍ଶନ ମଧ୍ୟ କରିପାରିନାହାନ୍ତି।  

{"id":257196,"width":580,"height":555,"sizeSlug":"large"}

ତେବେ ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଜାରି ଲକଡାଉନ୍‌ ଯୋଗୁ ମୁଖ୍ୟମନ୍ତ୍ରୀ ତାଙ୍କ ପିତାଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବେ ନାହିଁ ବୋଲି ଜଣାପଡିଛି। ଏ ନେଇ ସେ ପରିବାରକୁ ଲେଖିଥିବା ପତ୍ରରେ ଜଣାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପିତାଙ୍କ ଅନ୍ତିମ ଦର୍ଶନ କରିବାକୁ ଚାହୁଁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ହେଲେ ଉପୁଜିଥିବା ପରିସ୍ଥିତିରେ ଏହା ସମ୍ଭବ ନୁହେଁ ବୋଲି ପରିବାର ଲୋକଙ୍କୁ ଜଣାଇଛନ୍ତି। ସେହିପରି ବହୁତ କମ୍‌ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରିବାର ଲୋକଙ୍କୁ ପତ୍ରରେ ନିବେଦନ କରିଛନ୍ତିଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.