ରାସ୍ତାରେ ବେଆଇନ ହୋର୍ଡିଂ ଯୋଗୁ ଯାଇଥିଲା ଝିଅର ଜୀବନ, ଜାଣନ୍ତୁ ଏବେ ପିତା କ୍ଷତିପୂରଣ ଦାବି କରୁଛନ୍ତି କେତେ

Published By : Prameya-News7 Bureau | October 09, 2019 IST

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଏଆଇଡିଏମକେ ନେତାଙ୍କ ପରିବାରର ବିବାହୋତ୍ସବ ହୋର୍ଡିଂ ପଡି ପ୍ରାଣ ହରାଇଥିବା ୨୩ ବର୍ଷ ବୟସ୍କା ଆର.ଶୁଭାଶ୍ରୀଙ୍କ ପିତା କେ. ରବି ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିଲାଗି ସେ ଦାଖଲ କରିଥିବା ପିଟିସନରେ ସମ୍ପୂର୍ଣ୍ଣ ଘଟଣାର ଏସଆଇଟି ଯାଞ୍ଚ ସହ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଏଭଳି ଦୁର୍ଘଟଣା ଓ ଝିଅର ଜୀବନ ହାନୀ ଲାଗି ରବି ସରକାରୀ ଅଧିକାରୀମାନଙ୍କୁ ଦାୟି କରିଛନ୍ତି। ଯଦି  ସଡକରୁ ଅବୈଧ ହୋର୍ଡିଂକୁ  ପୂର୍ବରୁ ଅଧିକାରୀମାନେ ହଟାଇଥାନ୍ତେ ତେବେ ଏଭଳି ଦୁର୍ଘଟଣା ଘଟି ନଥାନ୍ତା ବୋଲି ମୃତା ଙ୍କ ପିତା ଅଭିଯୋଗ କରିଛନ୍ତି।

{"id":168146}

ସେପ୍ଟେମ୍ବର ୧୨ ତାରିଖରେ ତାମିଲନାଡୁରେ କ୍ଷମତାସୀନ ଏଆଇଡିଏମକେ ନେତାଙ୍କ ପରିବାରର ବିବାହୋତ୍ସବ ଲାଗି ରୋଡ ଆଇଲ୍ୟାଣ୍ଡରେ ଲଗାଯାଇଥିବା  ହୋର୍ଡିଂ ସହ ଧକ୍କା ଲାଗି  ସ୍କୁଟରରେ ଯାଉଥିବା ୨୩ ବର୍ଷ ବୟସ୍କା ସଫ୍ଟୱେର ଇଞ୍ଜିନିୟରିଂ ଛାତ୍ରୀ ଆର.ଶୁଭାଶ୍ରୀ ରୋଡରେ ପଡିଯାଇଥିବା ବେଳେ ରାସ୍ତାରେ ଆସୁଥିବା ଟ୍ୟାଙ୍କର ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁନେଇ ମାଡ୍ରାସ ହାଇକୋର୍ଟ ନିଜ ଆଡୁ ତାମିଲନାଡୁ ସରକାରଙ୍କୁ ସମାଲୋଚନା କରିଥିଲେ। ଏଣୁ ବିଳମ୍ବରେ ହେଲେବି ତାମିଲନାଡୁ ସରକାର ରାସ୍ତାଘାଟରେ ଆଉ ହୋର୍ଡିଂ ନ ଲଗାଇବାକୁ ଅନୁରୋଧ କରିଛନ୍ତି ।

{"id":168147}

ଘଟଣାର ୨ ସପ୍ତାହ ପରେ ପୋଲିସ ମାମଲା ଲାଗି ଏଆଇଡିଏମକେ ନେତା ସି.ଜୟଗୋପାଲଙ୍କୁ ଗିରଫ କରିଥିଲା। ଏଥିଲାଗି ତାଙ୍କ ବିରୋଧରେ ୨ଟି ଧାରାରେ ପୋଲିସ ମୋକଦ୍ଦମା ବି ରୁଜୁ କରିଛି।  ତେବେ ଫ୍ଲେକ୍ସ ହୋର୍ଡିଂ ଲଗାଯାଇନଥିଲେ କଣ ନେତାଙ୍କ ପରିବାରରେ ବିବାହ ଉତ୍ସବ ହୋଇପାରିନଥାନ୍ତାକି ବୋଲି ହାଇକୋର୍ଟ  ରାଜ୍ୟ ସରକାରଙ୍କୁ  ପ୍ରଶ୍ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.