Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାକିସ୍ତାନର ପରମାଣୁ ବୋମାର ଜନକ ଜଣେ ‘ଭାରତୀୟ’

13/03/2019 at 3:54 PM

ଦିଲ୍ଲୀ ୧୩/୩ : ପାକିସ୍ତାନର ପରମାଣୁ ବୋମାର ଜନକ ଅବଦୁଲ କାଦିର ଖାନ ୧୯୩୫ ମସିହାରେ ଭୋପାଲରେ ଜନ୍ମ ହୋଇଥିଲେ | ଦେଶ ବିଭାଜନ ବେଳେ ଅବଦୁଲଙ୍କ ପରିବାର ପାକିସ୍ତାନରେ ରହିଗଲେ | କିନ୍ତୁ ଅବଦୁଲଙ୍କ ପରିବାର ପାକିସ୍ତାନ ଯିବାକୁ ଚାହୁଁନଥିଲେ | କିନ୍ତୁ ନିୟତିକୁ ବୋଧେ ସେୟା ହିଁ ମଂଜୁର ଥିଲା |


ଅବଦୁଲ କାଦିର ଖାନ ଏବଂ ଡ.ଅବଦୁଲ କାଲାମ ଉଭୟ ମୁସଲମାନ | ଉଭୟ ଭାରତରେ ଜନ୍ମ ହୋଇଛନ୍ତି | ଉଭୟ ନିଜ ନିଜ ଦେଶର ପରମାଣୁ ବୋମା ତିଆରିରେ ଜାତୀୟ ହିରୋ | ଉଭୟ ବୈଜ୍ଞାନିକ ପରମାଣୁ କାର୍ଯ୍ୟକ୍ରମ ଏବଂ ଅଧିକ ଦୂରତା ଯୁକ୍ତ ମିସାଇଲର ବିକାଶ କରିଥିଲେ |


କିନ୍ତୁ ଅବଦୁଲ କାଦିର ଏବଂ ଡ.କାଲାମଙ୍କ ବ୍ୟକ୍ତିତ୍ୱରେ ଅନେକ ତଫାତ ରହିଛି | ଅବଦୁଲ ଜଣେ ଗୁପ୍ତଚର ଭାବେ ମଧ୍ୟ ପରିଚିତ | ଅପରପକ୍ଷରେ କାଲାମ ବୈଜ୍ଞାନିକ ହେବା ସହ ଜଣେ ଲେଖକ ମଧ୍ୟ | ଅବଦୁଲଙ୍କ ବାପା ଜଣେ ସ୍କୁଲ ଶିକ୍ଷକ ଥିଲେ | ତାଙ୍କର ୬ ଭାଇ ଭଉଣୀ ଥିଲେ | ୧୯୪୭ ମସିହା ଦେଶ ବିଭାଜନ ବେଳେ ଅବଦୁଲଙ୍କ ପରିବାର ଇଛା ନଥିବା ସତ୍ୱେ ପାକିସ୍ତାନ ଚାଲି ଯାଇଥିଲେ | କାରଣ ଅବଦୁଲଙ୍କ ୪ ଭାଇ ପାକିସ୍ତାନରେ ଥିଲେ | ସେତେବେଳେ ଅବଦୁଲଙ୍କ ବୟସ ଥିଲା ୧୬ ବର୍ଷ | ଅବଦୁଲ କରାଚୀ ୟୁନିଭର୍ସିଟିରେ ଇଂଜିନିୟରିଂ କରିଛନ୍ତି | ସେ ଜଣେ ମେଧାବୀ ଛାତ୍ର ଥିଲେ | ସେ ଜଣେ ସାଉଥ ଆଫ୍ରିକାର ଯୁବତୀଙ୍କୁ ବିବାହ କରି ବେଲ୍ଜିୟମରେ ନିଜ ପାଠ ସମ୍ପୂର୍ଣ କରିଥିଲେ | ସେ ଜଣେ ଭଲ କର୍ମଚାରୀ ହେବା ସହ ଜଣେ ଭଲ ପିତା, ସ୍ୱାମୀ ଏବଂ ବନ୍ଧୁ ମଧ୍ୟ ଥିଲେ |


୧୯୭୧ ଯୁଦ୍ଧବେଳେ ଭାରତ ପାକିସ୍ତାନକୁ ପରାସ୍ତ କରି ପାକିସ୍ତାନର ପୂର୍ବାଂଚଳକୁ ଅଲଗା କରି ବଙ୍ଗଳାଦେଶ ତିଆରି କରିଥିଲା | ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲି ଭୁଟ୍ଟୋ ଶିମଲା ଯାଇ କିଛି ଦସ୍ତାବିଜରେ ଦସ୍ତଖତ କରିଥିଲେ | ୧୯୭୪ ମସିହାରେ ଭାରତ ପୋଖରାନରେ ପରମାଣୁ ବୋମାର ପରୀକ୍ଷଣ କରିଥିଲା | ପାକିସ୍ତାନକୁ ଏହାର ଜବାବ ପାକିସ୍ତାନୀ ପରମାଣୁ ବୋମା ହିଁ ଦେଇପାରିଥାନ୍ତା |


ସେତେବେଳେ ପାକିସ୍ତାନ ଜଣେ ପରମାଣୁ ବୋମା ତିଆରି କରିପାରିଲା ଭଳି ବ୍ୟଜ୍ଞାନିକଙ୍କୁ ଖୋଜିଥିଲା | ଏତିକିବେଳେ ଅବଦୁଲଙ୍କୁ ପାଇଥିଲା ପାକିସ୍ତାନ | ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ପାକିସ୍ତାନୀ ସେନା ଭାରତୀୟ ପାଖରେ ଆତ୍ମା ସମର୍ପଣ କରିଥିଲା | ସେତେବେଳେ ଅବଦୁଲ ନିଷ୍ପତ୍ତି ନେଇଥିଲେ ଆଗକୁ ସେ ଏଭଳି ସ୍ଥିତି ହେବାକୁ ଦେବେନାହିଁ | ଏନେଇ ସେ ଭୁଟ୍ଟୋଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ଏବଂ ଭୁଟ୍ଟୋ ଅବଦୁଲଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ | ଏହାପରେ ଅବଦୁଲ ନିଜ ମିଶନରେ ଲାଗି ଯାଇଥିଲେ |


ଅବଦୁଲଙ୍କ ମନରେ ଭାରତ ବିରୋଧରେ ବିଷ ଭାରି ହୋଇରହିଥିଲା | ଏହି ମନୋଭାବ ତାଙ୍କୁ ଭାରତ ବିରୋଧରେ ପରମାଣୁ ବୋମା ତିଆରି କରିବା ପାଇଁ ପ୍ରେରଣା ଯୋଗାଇଥିଲା | ୟୁରେନକୋ ପାଇଁ କାମ କରୁଥିବାବେଳେ ପ୍ଲାଣ୍ଟରୁ ବୋମା ତିଆରି କରିବା ପ୍ଲାନ ଚୋରି କରିଥିଲେ | ପ୍ଲାଣ୍ଟର ଏକ ଗୋପନୀୟ ସ୍ଥାନରେ ୧୬ ଦିନ ବିତାଇବାକୁ ମଉକା ମିଳିଥିଲା | କିନ୍ତୁ କେବଳ ଡିଜାଇନରେ କାମ ହୋଇନଥାନ୍ତା | ବୋମା ତିଆରି ପାଇଁ ବସ୍ତୁ ଦରକାର ଥିଲା | ଖାନ ପାଶ୍ଚାତ୍ୟ ଦେଶରୁ ବିଭିନ୍ନ ମ୍ୟାଟେରିଆଲ କିଣିଥିଲେ | ଏଥିପାଇଁ ଖାନ ଅଲଗା ଅଲଗା ଦେଶର କମ୍ପାନୀଗୁଡିକର ନେଟୱାର୍କ ବ୍ୟବହାର କରିଥିଲେ | ଏହାପରେ ସେ ପାକିସ୍ତାନ ପାଇଁ ପରମାଣୁ ବୋମା ତିଆରି କରିବା ଆରମ୍ଭ କରିଥିଲେ |

   Related Posts