Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ହାଥରସ ମାମଲା: ପୀଡ଼ିତାଙ୍କ ବାପା ଅସୁସ୍ଥ, ହସପିଟାଲରେ ଚାଲିଛି ଚିକିତ୍ସା

4/10/2020 at 5:43 PM

ହାଥରସ ୦୪/୧୦: ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇ ଥିବା ୧୯ ବର୍ଷୀୟା ଦଳିତ ଯୁବତୀଙ୍କ ବାପା ଏବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଆଜି ଏସଆଇଟି ପୁଣି ଥରେ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ପାଇଁ ସେମାନଙ୍କ ଘରେ ପହଞ୍ଚିଥିଲା । ତେବେ ସେହି ସମୟରେ ମୃତ ପୀଡ଼ିତାଙ୍କ ବାପା​ ଅସୁସ୍ଥ ହୋଇ ପଡ଼ିବାରୁ ଏସଆଇଟି ଟିମକୁ ତୁରନ୍ତ ମେଡିକାଲ ଟିମ୍ ଡାକିବାକୁ ଅନୁରୋଧ କରାଯାଇ ଥିଲା। ହାଥରସ ମୁଖ୍ୟ ଚିକତ୍ସାଳୟକୁ ଏସଆଇଟି ଫୋନ କରିଥିବା ମୁଖ୍ୟ ଅଧିକାରୀ କହିଛନ୍ତି।

ତେବେ ଏବେ ପୀଡ଼ିତା ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଅଛି। ଏହା ସହ ତାଙ୍କ ରକ୍ତଚାପ ମଧ୍ୟ ସାମାନ୍ୟ ରହିଛି। ଏହା ସହ ତାଙ୍କର ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଛି। କିନ୍ତୁ ତାଙ୍କର କରୋନା ପରୀକ୍ଷା କରାଯାଇ ନାହିଁ।

 ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଥିଲା । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

   Related Posts