ଅନ୍ଧ ବିଶ୍ବାସର କରୁଣ ପରିଣତି : ଆଠ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟାକଲା ବାପା
2/11/2019 at 9:27 AM

ନୂଆପଡା ୨।୧୧: ଅନ୍ଧ ବିଶ୍ବାସର କରୁଣ ପରିଣତି । ଆଠ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟାକଲା ନୃଶଂସ ବାପା ।ମୃତକ ଝିଅ ସରିତା କେତକି । ଖବର ପାଇ ଘଟଣାସ୍ଥଳର ଖଡିଆଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଖଡିଆଳ ଥାନା କୋଟାମାଲ ଗାଁର ମହେନ୍ଦ୍ର କେତକିଙ୍କର ଦୀର୍ଘଦିନ ହେବ ଲାଗିରହିଥିବା ରୋଗ ଭଲ ହେଉନଥିଲା । କାଳେ ଏହି ଝିଅର ଦେହ ଖରାପ କରିବ ବୋଲି ଅନ୍ଧବିଶ୍ବାସ ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମହେନ୍ଦ୍ର ମାରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମହେନ୍ଦ୍ରର ବଡଭାଇ ଟଙ୍କଧର କେତକି ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଛାନଭିନ କରି ଫେରାର ଥିବା ହତ୍ୟାକାରୀ ବାପା ମହେନ୍ଦ୍ର କେତକିକୁ ଗିରଫ କରିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021