ପୁଅ-ଝିଅଙ୍କୁ ହତ୍ୟା କରିବା ପରେ ଭିଡିଓ କଲ କରି ପିଲାଙ୍କ ଶବ ଦେଖାଇଲା ସୈତାନ ବାପା, ‘ସରି’ କହି କାଟିଲା କଲ…

Published By : Prameya-News7 Bureau | December 03, 2019 IST

ଗାଜିଆବାଦ୩/୧୨: ଏକ ଅଭାବନୀୟ ଘଟଣା ଘଟିଛି। ଗୁଲସନ ନାମକ ଜଣେ ବ୍ୟକ୍ତି ନିଜ ପୁଅ ଓ ଝିଅଙ୍କୁ ହତ୍ୟା କରିଛି। ଏହି ବ୍ୟକ୍ତି ନିଜ ପିଲାଙ୍କୁ ହତ୍ୟା କରିବା ପରେ ତାଙ୍କର ଘନିଷ୍ଠ ବନ୍ଧୁଙ୍କୁ ଭିଡିଓ କଲ କରିଥିଲା। ସେ ନିଜ ପିଲାଙ୍କୁ ହତ୍ୟା କରିଥିବା କଥା କହିବା ସହ ପୁଅ-ଝିଅଙ୍କ ଶବକୁ ତାଙ୍କ ବନ୍ଧୁ ରମେଶ ଅରୋଡ଼ାଙ୍କୁ ଦେଖାଇଥିଲା। ଏହାପରେ ଅଭିଯୁକ୍ତ​‌ ଗୁଲସନ ଓ ତାଙ୍କ ପତ୍ନୀ ଏବଂ ଘରେ ରହୁଥିବା ମହିଳା ମ୍ୟାନେଜର  ତିନିଜଣ ବିଲିଡିଂ ଉପରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ।

{"id":193301,"sizeSlug":"large"}

ମୃତ ଗୁଲସନର ଘନିଷ୍ଠ ବନ୍ଧୁ ରମେଶ ଅରୋଡ଼ାଙ୍କ କହିବା ଅନୁସାରେ ସକାଳ ୪.୩୦ ମିନିଟ୍‌ରେ ଗୁଲସନ ତାଙ୍କୁ ଭିଡିଓ କଲ କରିଥିଲା। ପୁଅର ଗଳାକାଟି ଓ ଝିଅର ତଣ୍ଟିଚିପି ଦୁଇଜଣଙ୍କୁ ହତ୍ୟା କରିଥିବା ଗୁଲସନ କହିଥିଲା। ଏମିତି କାହିଁକି କଲେ ବୋଲି ରମେଶ ଅଭିଯୁକ୍ତ ଗୁଲସନକୁ ପ୍ରଶ୍ନ ପଚାରିଥିଲେ। ହେଲେ ଅଭିଯୁକ୍ତ ଗୁଲସନ ‘ସରି’ କହି ଭିଡିଓ କଲିଂ କାଟି ଦେଇଥିଲା।

{"id":193304,"sizeSlug":"large"}

ପୋଲିସର ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଗାଜିଆବାଦର ବାସିନ୍ଦା ଗୁଲସନ ନିଜ ପିଲାଙ୍କୁ ହତ୍ୟା କରିଥିଲେ। ମାତ୍ର ସକାଳ ୫.୧୫ ମିନିଟ୍‌ରେ ଗୁଲସନ ଓ ତାଙ୍କ ପତ୍ନୀ ଏବଂ ମହିଳା ମ୍ୟାନେଜର ଆଠ ତାଲା ବିଲିଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ ଗୁଲସନଙ୍କ ରୁମ୍‌ରୁ ପୋଲିସ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସେ କାହିଁକି ଏପରି କଲା? ଏହା ପଛରେ ପ୍ରକୃତ କାରଣ କ'ର ରହିଛି?  ଏ ପର୍ଯ୍ୟନ୍ତ କାରଣ ମିଳି ନାହିଁ । ପୋଲିସ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ ଉଲ୍ଲେଖ ଥିବା କଥା ସାର୍ବଜନୀକ କରାଯାଇ ନାହିଁ।

{"id":193303,"sizeSlug":"large"}

ବର୍ତ୍ତମାନ ସମୟରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡନ ସୃଷ୍ଟି କରିଛି। ମୃତକମାନେ ହେଉଛନ୍ତି ୪୫ ବର୍ଷ ବୟସ୍କ ଗୁଲସନ, ତାଙ୍କ ପତ୍ନୀ ପରବୀନ(୪୩ ବର୍ଷ). ମ୍ୟାନେଜର ସଂଜନା (୩୮ ବର୍ଷ), ଝିଅ କୃତିକା (୧୮ ବର୍ଷ) ଓ ପୁଅ ରିତିକ୍‌ (୧୩ ବର୍ଷ)। ଗୁଲସନ କାହିଁକି ଏଭଳି କାଣ୍ଡ ଘଟାଇଲା  ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.