ଶୋଇଥିବା ପୁଅକୁ ଛେଚି ମାରିଦେଲା ବାପା

Published By : Prameya-News7 Bureau | December 31, 2019 IST

ନବରଙ୍ଗପୁର ୩୧।୧୨: ଶୋଇଥିବା ପୁଅକୁ ଛେଚି ମାରିଦେଲା ବାପା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଚଣାବାଡ଼ି ଗାଁରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ମୃତ ପୁଅଙ୍କ ନାମ ଧନସିଂ ଗଣ୍ଡ ଓ ବାପାଙ୍କ ନାମ ପଦୁ ଗଣ୍ଡ ବୋଲି ଜଣାପଡିଛି ।   

ସୂଚନାଯୋଗ୍ୟ ଯେ, ସୋମବାର ଦିନ ମଦ ପିଇ ଘରକୁ ଆସିଥିଲେ ପଦୁ ଗଣ୍ଡ । ପୁଅ ଧନସିଂ ଗଣ୍ଡ ଶୋଇଥିବା ସମୟରେ ବାପା ପଦୁ ଗଣ୍ଡ ଧାନ  କୁଟିବା ମୁଶଳରେ ଛେଚି ହତ୍ୟା କରିଛି । ଅମଳ ଧାନକୁ ବିକ୍ରି କରିବା ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଝଗଡାର କିଛି ସମୟ ପରେ ପୁଅ ଶୋଇଥିବା ଅବସ୍ଥାରେ ତା ମୁଣ୍ଡକୁ ଛେଚି ହତ୍ୟା କରିଛି ବାପା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.