Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଝିଅ ନା ରାକ୍ଷସୀ ! ବୟଫ୍ରେଣ୍ଡ୍ ସହ ଫୋନରେ କଥା ହେବାକୁ ତାଗିଦ କରୁଥିଲେ ବାପା, ପ୍ରେମିକ ଓ ସାଙ୍ଗଙ୍କ ସହ ମିଶି ରାସ୍ତାରୁ ହଟାଇଦେଲା ନାବାଳିକା ଝିଅ

17/01/2021 at 4:22 PM

ଭୋପାଳ ୧୭/୦୧ : ପ୍ରେମ ପାଇଁ ପାଗଳ ଆଜିର ଯୁବପିଢି । ମଧ୍ୟ ପ୍ରଦେଶ ବୈତୁଲର ଶାରଣୀ ଅଞ୍ଚଳରେ ପ୍ରେମ ବ୍ୟାପାରକୁ ନେଇ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ଝିଅ ତାର ପୁରୁଷ ବନ୍ଧୁ ଓ ତାର କିଛି ସାଙ୍ଗଙ୍କ ସହ ମିଶି ନିଜ ଜନ୍ମ କଲା ବାପାକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକ ପିତା ତାଙ୍କର ନାବାଳିକା ଝିଅକୁ ପ୍ରେମିକ ସହ ଫୋନରେ କଥା ହେବାକୁ ନେଇ ତାଗିଦ କରିବାରୁ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି ।  

ନାବାଳିକା ଝିଅ, ତାର ପ୍ରେମିକ ଓ ପ୍ରେମିକର କିଛି ସାଙ୍ଗ ମିଶି ତାଙ୍କୁ ହତ୍ୟା କରିବା ପରେ କମ୍ବଳରେ ଗୁଡାଇ ଘରର ପଛ ପଟେ ଲୁଚାଇ ଦେଇଥିଲେ । ଶନିବାର ଦିନ ଏହି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହା ସହ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ ।

ସୂଚନା ଅନୁସାରେ ଜାନୁୟାରୀ ୧୪ରେ ଶ୍ରୀରାମ ହୁରମାଡେଙ୍କ ଘର ପଛପଟୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଶ୍ରୀରାମଙ୍କ ନାବାଳିକା ଝିଅ କାହାରିକୁ ବାଡି ପଛପଟକୁ ଛାଡୁନଥିଲା । ପରେ ଶ୍ରୀରାମ ହୁରମାଡେଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ଘଟଣାସ୍ଥଳକୁ ଯାଇଥିଲେ । ସେଠା​‌ରେ ଏକ କମ୍ବଳରେ ଶ୍ରୀରାମ ହୁରମେଡଙ୍କ ଶବ ଗୁଡାହୋଇଥିବା ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ ।

ଏହା ପରେ ସେ ସ୍ଥାନୀୟ ପୋଲିସକୁ ଖବର ଦେବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଥାନାଧିକାରୀ ମହେନ୍ଦ୍ର ସିଂହ ଚୌହାନ କହିଛନ୍ତି, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି । ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତକ ନାବାଳିକାର ପିତା ଶ୍ରୀରାମ ହୁରମେଡ୍‌ ଅନେକ ସମୟରେ ପ୍ରେମିକ ସହ ଫୋନରେ କଥା ହେବା ଏବଂ ବୁଲିବାକୁ ଯିବାକୁ ବିରୋଧ କରୁଥିଲେ । ଏଥିରେ ନାବାଳିକା ଝିଅ ବିବ୍ରତ ହୋଇ ପ୍ରେମିକ ଏବଂ ତାର କିଛି ସାଙ୍ଗମାନଙ୍କ ସହ ମିଶି ନିଜ ଜନ୍ମ କଲା ବାପାକୁ ହତ୍ୟା କରିଥିଲା ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମୃତକଙ୍କ ନାବାଳିକା ଝିଅ, ଅଭିଯୁକ୍ତ ଅନଓ୍ବର ଖାନ (୨୧), ଶିଖର (୧୮) ଓ ଅନିଲ ସୋନାରିୟା (୨୦)କୁ ଗିରଫ କରାଯାଇଛି ।

   Related Posts