Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ନାଗାବଳୀ ନଦୀରେ ବୁଡି ବାପା-ପୁଅ ନିଖୋଜ ଘଟଣା : ଉଦ୍ଧାର ହେଲା ବାପାଙ୍କ ମୃତଦେହ

19/10/2021 at 5:17 PM

ରାୟଗଡା ୧୯।୧୦: ରାୟଗଡା ସହର ଉପକଣ୍ଠ ଝୋଲା ପୋଲଠାରେ ନାଗାବଳୀ ନଦୀରେ ବୁଡି ଗତ ରବିବାର ଦିନ ନିଖୋଜ ହୋଇଥିବା ବାପା ଓ ପୁଅଙ୍କ ମଧ୍ୟରୁ ମଙ୍ଗଳବାର ବାପାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାପା କେ. ଶ୍ରୀନିବାସଙ୍କ ମୃତଦେହକୁ ଜଗନ୍ନାଥପୁର ଘାଟ ନିକଟରେ ଦମକଳ ବାହିନୀ କର୍ମଚାରୀ ଉଦ୍ଧାର କରିଛନ୍ତି ।

ସୋମବାର ପୁଅ କେ. ଜିତେନ୍ଦ୍ର ଶବକୁ ନାଗାବଳୀ ନଦୀର ବେହେରାଗୁଡା ଘାଟ ନିକଟରୁ ଦମକଳ ବାହିନୀ ଯବାନମାନେ ଉଦ୍ଧାର କରିଥିଲେ। ତେବେ ବାପା କେ. ଶ୍ରୀନିବାସଙ୍କ ପତ୍ତା ମିଳିନଥିଲା। ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲା । ଜିତେନ୍ଦ୍ର ଓ ଶ୍ରୀନିବାସଙ୍କ ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଉଦ୍ଧାର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି ।

   Related Posts