ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା : ବାପା ମୃତ, ପୁଅ ଗୁରୁତର

Published By : Prameya-News7 Bureau | October 29, 2020 IST

ଚଣ୍ଡିଖୋଲ ୨୯।୧୦: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବୁଧବାର ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବାଇକ୍ ସହ ଟ୍ରକ୍ ମୁହଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସାଉଡିଆ ପଞ୍ଚାୟତ ବୈକୁଣ୍ଠ ନାଥ ପରିଡା । ବୈକୁଣ୍ଠ ଓ ତାଙ୍କ ପୁଅ ଜାତୀୟ ରାଜପଥ ପାରି ହେଉଥିବା ବେଳେ ସାମ୍ନା ପଟୁ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୈକୁଣ୍ଠଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ପୁଅକୁ ବଡଚଣା ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.