ବାଇକ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

Published By : Prameya-News7 Bureau | July 09, 2021 IST

ଫୁଲବାଣୀ ୯।୭: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତିଳକପଡ଼ା ନିକଟରେ ବାଇକ୍ ସହ ଟ୍ରାକ୍ଟର ମୁହାମୁହିଁ ଧକ୍କା । ଫଳରେ ବାଇକରେ ବସିଥିବା ବାପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ପୁଅଙ୍କୁ ଅଗ୍ନିଶମ ବିଭାଗ ସହାୟତାରେ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ହେଲେ ଟିକାବାଲି ଥାନା ଅଞ୍ଚଳର କଇଁ ଝର ଗ୍ରାମର ଶ୍ୟାମସୁନ୍ଦର ସାହୁ । ବାପା-ପୁଅ ବାଇକରେ କଇଁଝରରୁ ଫୁଲବାଣୀ ଆସୁଥିବାବେଳେ ତିଳକପଡ଼ା ଛକଠାରେ ଟ୍ରାକ୍ଟର ସହ ମୁହାମୁହିଁ ଧକ୍କା ହୋଇଥିଲା । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ଟ୍ରାକ୍ଟର ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.