ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ

Published By : Prameya-News7 Bureau | February 14, 2020 IST

ମୋରଡା ୧୪।୨: ପାରିବାରିକ କଳହର କରୁଣ ପରିଣତି। ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

{"id":224267,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ପୁଅ ରମେଶ ସୋରେନ ଏବଂ ବାପା ରାବଣ ସୋରେନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ରମେଶ ଏକ ଟାଙ୍ଗିଆ ସାହାଯ୍ୟରେ ବାପାକୁ ଅତି ନୃଶଂସ ଭାବରେ ହତ୍ୟା କରିଥିଲେ ।

{"id":224268,"sizeSlug":"large"}

ଖବରପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ପୁଅକୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଏବଂ ଲୁହା ପାଇପକୁ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.