ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାପା ମୃତ, ଝିଅ ଗୁରୁତର
2/04/2021 at 5:16 PM

ଟାଙ୍ଗୀ ୨।୪: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣ୍ଡି ଛକରେ ସଡକ ଦୁର୍ଘଟଣା । ବାପା ଓ ଝିଅ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ମୃତକ ଜଣଙ୍କ ଟାଙ୍ଗୀ ଥାନା କାଳୁପଡାଘାଟ ନିକଟସ୍ଥ ରାଜେନ୍ଦ୍ରପୁର ଗ୍ରାମର ନିଶିକାନ୍ତ ନାଥ । ଝିଅ ତନ୍ମୟୀ ନାଥଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ବାପ-ଝିଅ ଦୁହେଁ ବାଣପୁରରୁ ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ରାଜେନ୍ଦ୍ରପୁର ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରୁଛନ୍ତି ।