ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର

Published By : Prameya-News7 Bureau | January 20, 2021 IST

ଢେଙ୍କାନାଳ ୨୦।୧: ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ରଣପଶୀ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ପରଜଙ୍ଗ ଖଇରାପଶୀର ନବକିଶୋର ପାଣି । ଗୁରୁତର ହେଉଛନ୍ତି ତାଙ୍କ ଝିଅ ପୂର୍ଣ୍ଣିମା ପାଣି ।

ଗୁରୁତର ପୂର୍ଣ୍ଣିମାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାପା-ଝିଅ ଗାଁରୁ ଢେଙ୍କାନାଳ ସହରକୁ ଆସୁଥିବାବେଳେ ଟ୍ରକ୍ ପଛରେ ତାଙ୍କ ବାଇକ୍ ଧକ୍କା ହୋଇଥିଲା । ଫଳରେ ଉଭୟ ବାପା-ଝିଅ ଗାଡିରୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବାପା ନବକିଶୋରଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.