ସମ୍ପତ୍ତି ପାଇଁ ବାପା ମା'ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ପୁଅ ବୋହୁ

Published By : Prameya-News7 Bureau | March 09, 2019 IST

କଳାହାଣ୍ଡି ୯/୩ : ସଂପତ୍ତି ପାଇଁ ବାପା ମାଆଙ୍କୁ ହତ୍ୟାକଲା ପୁଅ । ଅତି ଅମାନୁସିକ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ପୁଅ ଓ ବୋହୁ । ଜୟପୁର ଜୟନଗରରେ ଘଟିଥିବା ଏହି ଘଟଣା ସାରା ସହରରେ ଆଲୋଡନ ସୃଷ୍ଟି କରିଛି । ସେପଟେ କଳାହାଣ୍ଡିରେ ଜଣେ ଜହ୍ଲାଦ ପୁଅ ମାକୁ ଛୁରୀରେ ଆକ୍ରମଣ କରିବା ପରେ ମାଟିରେ ଶବକୁ ପୋତି ଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।….

{"id":92078}


ଜଘନ୍ୟ ହତ୍ୟାକାଣ୍ଡ । ସଂପତ୍ତି ପାଇଁ ବାପା ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ପୁଅ ଓ ବୋହୁ । ଏପରି ଲୋମ ଟାଙ୍କୁରା ଘଟଣା ଘଟିଛି ଜୟପୁର ଜୟନଗରରେ ।ମୃତକ ମାନେ ହେଲେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଏମ୍.କେ.ରେହମାନ ଓ ତାଙ୍କ ପତ୍ନୀ ହାଫିଜ ବିବି । ଗତକାଲି ରାତିରେ ଏକମାତ୍ର ପୁଅ ଓ ବୋହୁ ଏମାନଙ୍କୁ ଖାଇବାକୁ ଦେଇ ଅନ୍ୟ ଏକ ଘରକୁ ଶୋଇବାକୁ ଚାଲିଯାଇଥିଲେ । ସକାଳେ ଏମାନଙ୍କ ଘର କବାଟ ଖୋଲାଥିବା ଏବଂ ଏମାନଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିଥିବା ଦେଖିବାକୁ ପାଇଥିଲେ ପଡୋଶୀ । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି ଏକ ରକ୍ତ ଭିଜା ଟାଙ୍ଗିଆ ଜବତ କରିଥିଲା । ଜୟପୁର ଓ ବୋରୁଗୁମା ଏସ୍ଡିପିଓଙ୍କ ନେୃତ୍ବରେ ଦୁଇଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।ଘରୁ ଟଙ୍କା କିମ୍ବା ସୁନା ଲୁଟ ହୋଇନଥିବା ବେଳେ ଜଗହଳିପୂର୍ଣ୍ଣ ସ୍ଥାନରେ କିଏ କାହିଁକି ଏମାନଙ୍କୁ ହତ୍ୟା କଲା ସେନେଇ ଖୋଳତାଡ ଆରମ୍ଭ କରିଥିଲା ପୋଲିସ । ତେବେ ପ୍ରଥମରୁ ପୁଅ ବୋହୁଙ୍କ ବୟାନରେ ତଳମେଳ ରହୁ ନଥିବାରୁ ଏମାନେ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ସଂଦେହ କରିଥିଲା ପୋଲିସ । ଏମାନଙ୍କୁ ଅଟକ ରଖି ପଚରା ଉଚରା କରାଯିବା ପରେ ସଂପତ୍ତି ପାଇଁ ଏମାନେ ହତ୍ୟା କରିଥିବା ମାନିଯାଇଛନ୍ତି ।

{"id":92079}


ସେପଟେ କଳାହାଣ୍ଡି କୋକସାରା ତୁନ ଗାଁରେ ଜଣେ ଜହ୍ଲାଦ ମଦୁଆ ପୁଅ ତାର ବିଧବା ମା ଲଙ୍ଗା ବେୱାକୁ ଗତ ୨୫ ତାରିଖରେ କୌଣସି କାରଣରୁ ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଚିକିତ୍ସା ପାଇଁ ବାହାରକୁ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ହେଲେ ପୁଅ ରମେଶ ମାକୁ ଘରକୁ ନେଇ ଆସିଥିଲା । ଗତ ୭ ତାରିଖରେ ଲଙ୍କା ବେୱାଙ୍କର ମୃତ୍ୟୁ ହୋଇଯିବାରୁ ସଂପର୍କୀୟଙ୍କ ସହାୟତାରେ ମାଟି ଖୋଳି ଶବ ପୋତି ଦେଇଥିଲା ରମେଶ । ତେବେ ପୋଲିସ ଗାଁ ଲୋକଙ୍କ ଠାରୁ ଖବର ପାଇ ମାଟି ଖୋଳି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଛି । ଫେରାର ରମେଶକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

{"id":92080}


ଏହି ଦୁଇଟି ଘଟଣା ଆମ ସାମାଜିକ ବ୍ୟବସ୍ଥା ଉପରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.