ଦେବଗଡ: ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଯୋଗୁଁ ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା କଲା ଯୁବକ, ପରିବାର ଲୋକ କରିଥିଲେ ସହାୟତା- ପୁଲିସ କଲା ଘଟଣାର ପର୍ଦ୍ଦାଫାଶ

Published By : Prameya-News7 Bureau | November 23, 2019 IST

ଦେବଗଡ ୨୩।୧୧ ଦେବଗଡ଼ ଜିଲ୍ଲା ପାରକୋଟ ବାଲିରୋଇ ଗାଁର ଟ୍ରିପଲ ମର୍ଡ଼ର ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଦେବଗଡ଼ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି  ।

{"id":188896,"sizeSlug":"large"}

ସୂଚନା ଯୋଗ୍ୟ ନଭେମ୍ବର ୯ରେ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳା ଓ ଦୁଇ ଶିଶୁଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ଘଟଣାରେ ତଦନ୍ତ କରୁଥିବା ପୋଲିସ ଏବେ ମୃତ ମହିଳାଙ୍କ ସ୍ବାମୀ ବିକ୍ରମ ପ୍ରଧାନ, ତାଙ୍କ ବାପା ସୋମନାଥ ପ୍ରଧାନ, ମାଆ ରୂପେଲୀ ପ୍ରଧାନ ଏବଂ ସାଙ୍ଗ ଅମର କୁମାର ସାମଲଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବିକ୍ରମ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ପତ୍ନୀ ଓ ପିଲାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ଘଟାଇଥିଲା । ଆଉ ଏଥିରେ ତାକୁ ସହାୟତା କରିଥିବା ଅଭିଯୁକ୍ତମାନଙ୍କୁ ବି ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.