Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଇତାନ ବାପା : ୨ବର୍ଷର ନିରୀହ ଶିଶୁ କାନ୍ଦିବାରୁ ଛାତିରେ ମାରିଲା ଗୋଇଠା,ଛଟପଟ ହୋଇ ଆଖି ବୁଜିଦେଲା ପୁଅ

1/09/2020 at 2:49 PM

ଟନକପୁର ୧/୯: ଟନକପୁର ସହରର ଓ୍ବାର୍ଡ଼-୪ ବାସିନ୍ଦା ୨ବର୍ଷର ନିରୀହ ସୋନୁର ମୃତ୍ୟୁ ଔଷଧ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ନୁହେଁ ବରଂ ସାବତ ବାପାର ଛାତିରେ ଗୋଇଠା ମାରିବା ଫଳରେ ହୋଇଥିଲା। ଅଭିଯୁକ୍ତ ପୁଅର ହତ୍ୟା ପରେ ସ୍ତ୍ରୀଙ୍କୁ ମଧ୍ୟ ଜୀବନରେ ମାରି ଦେବାକୁ ଧମକ ଦେଇ ଚୁପ୍ ରହିବାକୁ କହିଥିଲା।

ପୋଲିସ୍ ନିରୀହ ଶିଶୁର ମାଙ୍କୁ ପଚରାଉଚୁରା ପରେ ହତ୍ୟା ରହସ୍ୟର ପର୍ଦ୍ଦାଫାଶ କରିଥିଲା। ପୋଲିସ୍ ଅଭିଯୁକ୍ତ ସାବତ ବାପାକୁ ଗିରଫ କରି ଅଦାଲତ ଆଦେଶରେ ଜେଲ୍ ପଠାଇ ଦେଇଛି। ରବିବାର ୪ମ୍ବର ଓ୍ବାର୍ଡ଼ ବାସିନ୍ଦା  ନରେଶ କୁମାରର ୨ବର୍ଷ ବୟସ୍କ ପୁଅ ସୋନୁର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା।

ପରିବାର ଲୋକେ ସୋନୁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ହସ୍ପିଟାଲକୁ ନେଇ ପହଞ୍ଚିଥିଲେ ସେତେବେଳେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ପରିବାର ଲୋକେ ନିରୀହ ଶିଶୁର ଅନ୍ତିମ ସଂସ୍କାର ପ୍ରସ୍ତୁତି କରୁଥିବାବେଳେ ଏହି ସମୟରେ କେହି ପୋଲିସକୁ ସୋନୁର ସାବତ ବାପା ନରେଶ ତାକୁ ହତ୍ୟା କରିଥିବା ସୂଚନା ଦେଇଥିଲା।

ଏହା ପରେ ପୋଲିସ୍ ମାଙ୍କୁ ପଚରାଉଚୁରା କରିବାରୁ ସେ ସତ କଥା କହିଥିଲେ। ସେ କହିଥିଲେ ଯେ ତାଙ୍କ ସ୍ବାମୀ ହିଁ ସୋନୁର ହତ୍ୟା କରିଛି। ପୋଲିସ୍ ସୋନୁର ଶବକୁ ନିଜ ହେପାଜତକୁ ନେଇଛି। ଖୋଳତାଡ଼ରେ ସାବତ ବାପା ନରେଶ କୁମାର ହିଁ ସୋନୁକ ହତ୍ୟା କରିବା କଥା ସାମନାକୁ ଆସିଛି।

ପୁଅର ହତ୍ୟା ପରେ ଅଭିଯୁକ୍ତ ନରେଶ ଫେରାର ହେବାର ଯୋଜନାରେ ଥିଲା କିନ୍ତୁ ପୋଲିସ୍ ଟିମ୍ ଅଫିସର କଲୋନୀ ନିକଟରେ ନରେଶକୁ ଗିରଫ କରିଥିଲା। ଅଭିଯୁକ୍ତକୁ ଧାରା ୩୦୨ ଏବଂ ୫୦୬ ଅନୁସାରେ ଗିରଫ କରି ଜେଲ୍ ପଠାଇ ଦେଇଛି।

ସୋନୁ କାନ୍ଦିବା ଫଳରେ ନରେଶ ତାକୁ ହତ୍ୟା କରିଥିଲା। ନରେଶ ରାଗି ଯାଇ ସୋନୁର ଛାତିରେ ଗୋଇଠା ମାରିବାରୁ ସୋନୁ ୨୪ଘଣ୍ଟା ଯାଏଁ ଛଟପଟ ହୋଇଥିଲା। କିନ୍ତୁ ସ୍ତ୍ରୀ କହିବାରୁ ମଧ୍ୟ ନରେଶ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇନଥିଲା।

ରେଲଓ୍ବେ କଲୋନୀ ୪ନମ୍ବର ଓ୍ବାର୍ଡ଼ ବାସିନ୍ଦା ଶବାନା ନିଜ ପ୍ରଥମ ସ୍ବାମୀ ରାଜୁଠୁ ଅଲଗା ହୋଇ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ସହ ପିଲିଭିତ ଜିଲ୍ଲାର ଦେଓ୍ବରିୟା ବାସିନ୍ଦା ନରେଶକୁ ବିବାହ କରିଥିଲା। ନରେଶ ମୂଲ ଲାଗି ପରିବାରର ଭରଣପୋଷଣ କରୁଥିଲା କିନ୍ତୁ ସ୍ତ୍ରୀ ସହ ଆସିଥିବା ୨ପିଲାଙ୍କୁ ସେ ଭଲ ପାଉନଥିଲା। ସେ ୨ଜଣଙ୍କୁ ଘୃଣା କରୁଥିଲା।

୨୪ଘଣ୍ଟା ଯାଏଁ ଛଟପଟ ହେବା ପରେ ଶିଶୁଟି ନିସ୍ତେଜ ହୋଇଯିବା ପରେ ଅଭିଯୁକ୍ତ ତାକୁ ନେଇ ହସ୍ପିଟାଲକୁ ପହଞ୍ଚିଥିଲା। ସେ ସୋନୁକୁ ପେଟବ୍ୟଥା ଔଷଧ କଥା କହି ଡାକ୍ତର ଏବଂ ପୋଲିସକୁ ମିଛ କଥା କହିଥିଲା।

   Related Posts