ମା ଶୌଚ ହେବାକୁ ଯାଇଥିବାବେଳେ ୫ବର୍ଷ ବୟସ୍କ ପୁଅକୁ ଛୁରୀରେ କାଟି କାହିଁକି ମାରିଦେଲା ବାପା? କାରଣ ଜାଣିଲେ ଘୂରିଯିବ ମୁଣ୍ଡ

Published By : Prameya-News7 Bureau | June 24, 2019 IST

ରାଉରକେଲା୨୪|୫; ସ୍ତ୍ରୀର ଚରିତ୍ର ଉପରେ ସଂଦେହ କରି ନିଜ ୫ବର୍ଷର ପୁଅକୁ ମାରିଦେଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଆରଏସ କଲୋନୀରେ । ସକାଳୁ ସକାଳୁ ସ୍ତ୍ରୀ ଗାଧୋଇବାକୁ ଯାଇଥିବା ବେଳେ ଖଟରେ ଶୋଇଥିବା ପୁଅକୁ ଛୁରି ମାରି ହତ୍ୟା କରିବା ପରେ ବାପା ଅନ୍ଧୁ ଓରାମ୍‌ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ । ….

{"id":126752}

ଜନ୍ମ ହେବା ପରଠୁ ଯୋଉ ହାତ କୋଳେଇ କାଖେଇ ୫ବର୍ଷର କରିଥିଲା ।  ସେଇ ହାତକୁ ପୁଣି ନିଜ ନିଷ୍ପାପ ଶିଶୁର ଜୀବନ ନେବାକୁ ୫ମିନିଟ୍‌ ବି ସମୟ ଲାଗିଲାନି । ବାପାର ସ୍ନେହ ଭରା ହୃଦୟ ହଠାତ୍‌ ଏତେ କ୍ରୁର ହୋଇଗଲା କେମିତି ?  ବୁଝିଲା ବେଳକୁ ଜଣାପଡ଼ିଲା,  ସ୍ତ୍ରୀର ଚରିତ୍ରକୁ ସଂଦେହ କରି କ୍ରୋଧରେ ଅନ୍ଧ ହୋଇଯାଇଥିଲା ଅନ୍ଧୁ ଓରାମ୍‌ । ଆଉ ରାଗ ସୁଝାଇଥିଲା ନିଜ ୫ବର୍ଷର ପୁଅ ଉପରେ । ସକାଳୁ ସକାଳୁ ସ୍ତ୍ରୀ ଗାଧୋଇ ଯାଇଥିବା ବେଳେ ଶୋଇବା ଖଟରୁ ପୁଅକୁ ଘୋଷାରି ଆଣି ଛୁରିରେ କାଟିଦେଲା ତା’ର ବେକକୁ । ଆଉ ସକାଳର ସୂର୍ଯ୍ୟ ଦେଖିବା ଆଗରୁ ସବୁ ଦିନ ପାଇଁ ଶୋଇପଡ଼ିଥିଲା ଶିଶୁଟି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀ ବି ବ୍ଲକ୍‌ରେ । ପୁଅକୁ ମାରିବା ପରେ ଅଭିଯୁକ୍ତ ପିତା ଥାନାରେ ଆତ୍ମସମର୍ପଣ କରିଛି । ଏବେ ଆଖିରୁ ତା’ର ଝରୁଛି ପଶ୍ଚାତାପର ଅଶ୍ରୁ ।

{"id":126753}

ପର ପରୁଷ ସହ ସ୍ତ୍ରୀର ଅନୈତିକ ସମ୍ପର୍କ ରହିଛି ବୋଲି ଦୀର୍ଘ ଦିନ ହେଲା ସଂଦେହ କରି ଆସୁଥିଲା ଅନ୍ଧୁ ଓରାମ୍‌ । ଯାହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ବାରମ୍ବାର କଳି ଝଗଡ଼ା ବି ହେଉଥିଲା । ହେଲେ କେବଳ ସଂଦେହ କରି ରକ୍ତମୁଖା ଅନ୍ଧୁ ଦିନେ ଏଭଳି କାଣ୍ଡ କରିବସିବ ସେକଥା ସମସ୍ତଙ୍କ କଳ୍ପନାର ବାହାରେ ଥିଲା ।

{"id":126754}

ପରିବାରରେ ସ୍ବାମୀ-ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ନିଷ୍ପାପ ଓ ନୀରିହ ଶିଶୁ । ଦୀର୍ଘ ଦିନ ଧରି କୁହୁଳୁଥିବା ସଂଦେହର ଧୂଆଁ, ଶେଷରେ ହଠାତ୍‌ ଜଳି ଉଠିଲା । ଆଉ ନିମିଷକ କ୍ରୋଧର ନିଆଁରେ ଜଳିପୋଡ଼ି ଛାରଖାର ହୋଇଗଲା ପୂରା ପରିବାର । ଏବେ ପୋଲିସ ଅଭିଯୁକ୍ତ ଅନ୍ଧୁକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି । 

{"id":126755}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.