ପିଶାଚ ବାପାର ନୃଶଂସ କାଣ୍ଡ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହାଣିଲା ପୁଅକୁ

Published By : Prameya-News7 Bureau | June 24, 2019 IST

ରାଉରକେଲା ୨୪|୬:  ପିଶାଚ ବାପାର ନୃଶଂସ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ୫ ବର୍ଷର ପୁଅକୁ  ହାଣିଦେଲା ବାପା । ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ଘଟିଛି ଏଭଳି ଅଭାନୀୟ ଘଟଣା ।

{"id":126441}

ସୂଚନାଯୋଗ୍ୟ ଯେ, ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ରହୁଥିବା ଅନ୍ଧୁ ଓରାମ ସବୁବେଳେ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଝଗଡା କରୁଥିଲା । ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ସେ ନିଜ ପୁଅକୁ ହାଣିଦେଇଛନ୍ତି । ପୂର୍ବରୁ ଅନେକ ଥର ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ହତ୍ୟାକାରୀ ବାପା ଅନ୍ଧୁ ଓରାମ୍ କୁ ଅଟକ ରଖିଛି । ଘଟଣା ଅଧିକ ଛାନଭିନ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.