Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଶୋଇଥିବା ବାପା ଉପରେ ଅଜାଣତରେ ପରିସ୍ରା କରିଦେଲା ପୁଅ: ପୁଅର ଗଳା କାଟି ହତ୍ୟା କଲା ବାପା

1/02/2019 at 1:07 PM

ସିଂହଭୂମି ୧/୨ : ଅପରାଧ ଦୁନିଆରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି | ଜଣେ ବାପା ନିଜ ୯ବର୍ଷର ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି | କେବଳ ସେତିକି ନୁହେଁ ହତ୍ୟା ପରେ ପୁଅର ଶବକୁ ଘର ଠାରୁ ୨ କି:ମି ଦୂରରେ ଫୋପାଡ଼ି ଦେଇଥିଲା | ହତ୍ୟାର କାରଣ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ହତ୍ୟା କାରଣ ହେଲା ୯ବର୍ଷର ପୁଅ ଅଜାଣତରେ ବାପା ଉପରେ ପରିସ୍ରା କରିଦେଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ବାପା ପୁଅକୁ ହତ୍ୟା କରିଦେଲା | ଘଟଣା ଘଟିଛି ଝାରଖଣ୍ଡର ସିଂହଭୂମି ଜିଲ୍ଲାରେ |


ଘଟଣା ଜାନୁଆରୀ ୨୨ ତାରିଖର | ୯ ବର୍ଷ ବୟସ୍କ ଜିତେନ୍ କେରି ରାତିରେ ସୋଇଥିବା ସମୟରେ ଅଜାଣତରେ ବାପା ଉପରେ ପରିସ୍ରା କରିଦେଇଥିଲା | ଏଥିରେ ବାପା ରାଗିଯାଇ ଜିତେନର ଗଳା କାଟି ହତ୍ୟା କରିଥିଲା | ହତ୍ୟା ପରେ ପୁଅର ଶବକୁ ଘର ଠାରୁ ୨ କି:ମି ଦୂରରେ ଫୋପାଡ଼ି ଦେଇଥିଲା | ଘଟଣା ଜାନୁଆରୀ ୩୧ ତାରିଖରେ ଜଣାପଡିଥିଲା | ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି | ହତ୍ୟାରେ ବ୍ୟବହୃତ ହୋଇଥିବା ଭୁଜାଲି ଏବଂ ଜିତେନର ରକ୍ତ ଜୁଡୁବୁଡୁ ଡ୍ରେସ ପୋଲିସ ଜବତ କରିଥିଲା |


ଏସଡ଼ିପିଓ ଅମର ପାଣ୍ଡ୍ୟା ସୂଚନା ଦେଇଛନ୍ତି ଯେ, ଘଟଣା ଦିନ ଗାଁରେ ଏକ ଶ୍ରାଦ୍ଧ କାର୍ଯ୍ୟକ୍ରମ ଚାଲିଥିଲା | ଜିତେନ ନିଜର ଦୁଇ ବନ୍ଧୁଙ୍କ ସହ ଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯାଇଥିଲା | କାର୍ଯ୍ୟକ୍ରମରେ ଜିତେନ ସାଙ୍ଗମାନଙ୍କ ସହ କଣ ପିଇଦେଇ ଆସିଥିଲା | ଏହାପରେ ରାତିରେ ଗଛ ତଳକୁ ପରିସ୍ରା କରିବା ପାଇଁ ଯାଇଥିଲା | ଗଛ ତଳେ ଜିତେନର ବାପା ନିଶାସକ୍ତ ଅବସ୍ଥାରେ ପଡିଥିଲା | ସେ ଅତ୍ୟଧିକ ମଦ୍ୟପାନ କରିଥିଲା | ଗଛ ତଳେ ଅନ୍ଧାର ହୋଇଥିବା ଯୋଗୁଁ ଜିତେନ ଅଭିଯୁକ୍ତ ବାପାକୁ ଦେଖି ପାରିନଥିଲେ ଏବଂ ତା’ ଉପରେ ପରିସ୍ରା କରିଦେଇଥିଲା | ପରିସ୍ରା କରିବାରୁ ଅଭିଯୁକ୍ତ ହଠାତ ନିଶାସକ୍ତ ଅବସ୍ଥାରେ ନିଦରୁ ଉଠି ଜିତେନକୁ ଗୋଡ଼ାଇଥିଲା | ଜିତେନକୁ ଧରି ନିର୍ଦ୍ଧୁମ ମାଡ ମାରିଥିଲା | ମାଡ ମାରିବା ପରେ ଜିତେନ ଚେତାଶୂନ୍ୟ ହୋଇଯାଇଥିଲା | ଏସବୁ ଦେଖି ଜିତେନର ଦୁଇ ସାଙ୍ଗ ସେଠାରୁ ଦଉଡି ପଳାଇଥିଲେ |


ଜିତେନ ଚେତାଶୂନ୍ୟ ହୋଇ ପଡିବାପରେ ମଧ୍ୟ ଅଭିଯୁକ୍ତ ସୁଖଲାଲ ବାନରାର ମନ ଶାନ୍ତି ହୋଇନଥିଲେ | ସେ ଏକ ଭୁଜାଲି ଆଣି ଜିତେନର ଗଳା କାଟି ଦେଇଥିଲା | ଗଳା କାଟିବା ପରେ ମୃତଦେହକୁ ଗାଁରୁ ୧କି:ମି: ଦୂରକୁ ନେଇ ଏକ ଶୂନଶାନ ଜାଗାରେ ଫୋପାଡ଼ି ଦେଇଥିଲା | ସକାଳେ ପୋଲିସ ଜିତେନର ମୃତଦେହ ଉଦ୍ଧାର କରିଥିଲା | ପୋଲିସ ତଦନ୍ତ କରି ଅଭିଯୁକ୍ତ ସୁଖଲାଲକୁ ଗିରଫ କରିଥିଲା | ଅଭିଯୁକ୍ତ ସୁଖଲାଲ ନିଜ ଦୋଷ ସ୍ୱୀକାର କରି ସମସ୍ତ ଘଟଣା କହିଥିଲା |

   Related Posts