ସ୍ତ୍ରୀ ସହ କଳି ପରେ ସଇତାନ ପାଲଟିଲା ସ୍ୱାମୀ, ଅଢେଇ ବର୍ଷର ଶିଶୁକୁ ଛାତ ଉପରୁ ଫିଙ୍ଗି ମାରିଦେଲା

Published By : Prameya-News7 Bureau | May 04, 2020 IST

ପାଟନା, ୦୪|୦୫ : ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ ବଳି ପଡିଛି ଅଢେଇ ବର୍ଷର ପୁଅ । ଉଭୟଙ୍କ ମଧ୍ୟରେ ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସ୍ୱାମୀ ଉତ୍ତେଜିତ ହୋଇ ନିଜର ଶିଶୁ ପୁତ୍ରରୁ ନିର୍ମମ ଭାବେ ହତ୍ୟା କରିଥିଲେ । ସେ ନିଜ ପୁତ୍ରକୁ ଛାଡ ଉପରୁ ପିଙ୍ଗି ଦେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି ।

ସୂଚନାନୁସାରେ, ବିହାର ପାଟନାର ମନେର ଥାନା ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ବାସ କରୁଥିବା ମନୋଜ ରାୟ ଅଟୋ ଚଳାଇ ଭାବେ ଗୁଜୁରାଣ ମେଣ୍ଟାନ୍ତି । ସେ ୪ ବର୍ଷ ପୂର୍ବରୁ ବିବାହ କରିଥିଲେ, କିନ୍ତୁ ସେ ଓ ତାଙ୍କ ପତ୍ନୀ ଗୁଡଆ ଦେବୀଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହିଥାଏ । ସୋମବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ଉଗ୍ର ରୂପ ଧାରଣ କରିଥିଲା । ଏହାପରେ ମନୋଜ ରାଗିଯାଇ ପୁତ୍ରକୁ ଧରି ନିଜ ଭଉଣୀଙ୍କ ଘରକୁ ଚାଲିଯାଇଥିଲେ । ଭଉଣୀଙ୍କ ଘରେ ମନୋଜ ଓ ଗୁଡିଆଙ୍କ ମଧ୍ୟରେ ଫୋନରେ କୌଣସି କାରଣରୁ ଯୁକ୍ତତର୍କ ହୋଇଥିଲା । ଏଥିରେ ସେ ରାଗିଯାଇ ଶିଶୁ ପୁତ୍ରକୁ ଧରି ଛାତ ଉପରୁ ପିଙ୍ଗି ଦେଇଥିଲେ । ଶିଶୁଟିକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ବଞ୍ଚି ପାରି ନଥିଲା ।

ଏନେଇ ଗୁଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତ ମନୋଜକୁ ଗିରଫ କରିଛି । ଏହାସହ ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.