ହିସାର ୨୮/୧- ମଦ ନିଶାରେ ବାପା ନେଲା ପୁଅର ଜୀବନ । ସାଙ୍ଗମାନଙ୍କ ସହ ପାର୍ଟି ଚାଲିଥିବା ସମୟରେ ପୁଅ ସହ ବାପାର ସାମାନ୍ୟ ବଚସାକୁ ନେଇ ବାପା ଗୁଳି କରିବା ଘଟଣା ସାଧାରଣରେ ହୋଇଛି ଚର୍ଚ୍ଚା ।
ହରି୍ୟାଣାର ହିସାରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଧର୍ମେନ୍ଦ୍ରଙ୍କ ବାପା ତାରାଚାନ୍ଦ ଗୁଳିକରି ମାରିଦେବା ପରେ ପରିବାର ଲୋକଙ୍କ ସହାୟତାରେ ଶବକୁ ଲୁଚେଇ ରଖିଥିଲେ । ଏହି ଘଟଣାରେ ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ଅନୀତା ପୋଲିସ ପାଖରେ କରିଥିଲା ଅଭିଯୋଗ । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ମୃତକଙ୍କ ବାପା ତାରାଚାନ୍ଦ ଗିରଫ କରିଛି ।
ଶନିବାର ତାରାଚାନ୍ଦ ନିଜ ବନ୍ଧୁମାନଙ୍କ ସହ ଡ଼ିନର ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ତାରାଚାନ୍ଦ ବନ୍ଧୁମାନଙ୍କ ସହ ମିଶି ମଦ୍ୟପାନ କରିଥିଲେ । ମୃତ ଧର୍ମେନ୍ଦ୍ର ମଧ୍ୟ ସେଦିନ ପ୍ରବଳ ମଦ୍ୟପାନ କରିଥିଲା । କୌଣସିକଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହେବାପରେ ତାରାଚାନ୍ଦ ନିଜ ବନ୍ଧୁକରୁ ଗୁଳି ଫୁଟାଇ ହତ୍ୟା କରିଥିଲା । ପୁତ୍ର ଧର୍ମେନ୍ଦ୍ରକୁ ହତ୍ୟା କରିବା ପରେ ପୋଲିସ ଭୟରେ ଗୋଟେ ଘରେ ପରିବାର ଲୋକଙ୍କ ସହାୟତାରେ ଲୁଚାଇ ରଖିଥିଲେ ବାପା ତାରାଚାନ୍ଦ ।
ଏହି ଘଟଣାରେ ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ଅନିତା ପୋଲିସକୁ ଜଣେଇଥିଲା । ପୋଲିସ ବନ୍ଦଘର ଭିତରୁ ଧର୍ମେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହି ମାମଲରେ ସଂପୃକ୍ତ ଧର୍ମେନ୍ଦ୍ରଙ୍କ ବାପା-ମାଆ ସହ ପାଂଚ ଭଉଣୀ ସଂପୃକ୍ତ ଥିବା କଥା ତଦନ୍ତରୁ ଜାଣିପାରିଛି ପୋଲିସ ।