୧୪ ବର୍ଷର ଝିଅକୁ ଶୋଇଥିବା ବେଳେ ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ବାପ, କାହିଁକି ନିଜ ରକ୍ତ ପାଇଁ ଏତେ ଭୟଙ୍କର ?

Published By : Prameya-News7 Bureau | May 29, 2020 IST

ଚାଲେଶ୍, ୨୯|୦୫:  ବାପା ଭୁଲି ଗଲା ରକ୍ତ ସମ୍ପର୍କ। ଶୋଇଥିବା ବେଳେ ଘଟାଇଲା ବୀଭତ୍ସ କାଣ୍ଡ । କ୍ରୋଧର ବଶବର୍ତ୍ତୀ ହୋଇ ଝିଅର ମୁଣ୍ଡକୁ ଦେହରୁ ଅଲଗା କରିଦେଲା ନିର୍ଦ୍ଦୟ ବାପା । ଏପରି ଏକ ଘଟଣା ଘଟିଛି ଇରାନର ଚାଲେଶ୍ ସହରରେ ।

ସୂଚନାନୁସାରେ, ରୋମିନା ଅଶ୍ରାଫୀ ନାମକ ଜଣେ ୧୪ ବର୍ଷର ଝିଅ ନିଜଠାରୁ ୨୦ ବର୍ଷ ବଡ ଜଣେ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଥିଲେ । ଏନେଇ ତାଙ୍କ ପିତା ରେଜା ଅଶ୍ରାଫୀ ପୋଲିସରେ ଅଭିଯୋଗ କରିଥିଲେ । ତେବେ ପୋଲିସ ବହୁ ଖୋଜାଖୋଜି ପରେ ରୋମିନାଙ୍କୁ ଉଦ୍ଧାର କରି ଘରେ ଛାଡିଥିଲା । ଏପରିକି ଝିଅକୁ ମାଡ କିମ୍ବା ଗାଳି ନକରିବା ପାଇଁ ପୋଲିସ ରେଜାଙ୍କୁ ପରାମର୍ଶ ମଧ୍ୟ ଦେଇଥିଲା ।

ତେବେ ଗୁରୁବାର ରାତ୍ରରେ ରୋମିନା ଘରେ ଶୋଇଥିବା ବେଳେ ବାପା ତାଙ୍କୁ ଏକ ଧାରୂଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏପରିକି ଝିଅର ଶରୀରରୁ ମୁଣ୍ଡକୁ ମଧ୍ୟ ଅଲଗା କରିଦେଇଥିଲେ । ଏନେଇ ଖବର ପାଇ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ତେବେ ଝିଅର ପ୍ରେମ ସମ୍ପର୍କକୁ ନେଇ ବାପା ଏପରି ବୀଭତ୍ସ କାଣ୍ଡ ଘଟାଇଥିବା କୁହାଯାଉଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶାସନାଧିନ ରୁହାନୀ ସରକାର ଅନର୍ କିଲିଂ ବିରୋଧରେ କଡା ଆଇନ ଆଣିବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.