ବିଭତ୍ସ ହତ୍ୟା : ତାନ୍ତ୍ରିକ କଥାରେ ପଡି ଗୋଟିଏ ପରେ ଗୋଟିଏ ୫ ଶିଶୁଙ୍କୁ ହତ୍ୟା କଲା ନୃଶଂସ ବାପା

Published By : Prameya-News7 Bureau | July 24, 2020 IST

ଜିନ୍ଦ ୨୪/୦୭ : ହରିୟାଣା ଜିନ୍ଦ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି | ଜଣେ ନୃଶଂସ ବାପାର ନୃସଂଶତା ସାମ୍ନାକୁ ଆସିଛି | ଜିଲ୍ଲାର ଡିଡ଼ବାଡା ଗାଁରେ ବ୍ୟକ୍ତି ଜଣକ ତାନ୍ତ୍ରିକ କଥାରେ ପଡି ନିଜର ୫ ଶିଶୁଙ୍କୁ ହତ୍ୟା କରିଛି | ଜୁଲାଇ ୧୭ ତାରିଖରେ ଡିଡ଼ବାଡା ଗାଁରୁ ଦୁଇ ଝିଅ ନିଖୋଜ ହୋଇଯାଇଥିଲେ | ଗତ ସପ୍ତାହରେ ଦୁଇଜଣଙ୍କ ଶବ ଭୁଟାନା କେନାଲ ନିକଟରୁ ଉଦ୍ଧାର ହୋଇଥିଲା | ୫ ବର୍ଷରେ ଜୁମ୍ମାର ସମସ୍ତ ୫ ଶିଶୁଙ୍କ ମୃତ୍ୟୁ ହୋଇଛି | ଗୁରୁବାର ଦିନ ପଞ୍ଚାୟତରେ ଅଭିଯୁକ୍ତ ବାପା ନିଜର ଦୋଷ ସ୍ୱୀକାର କରିଛି | ଏହାପରେ ପଞ୍ଚାୟତ ଅଭିଯୁକ୍ତକୁ ପୋଲିସକୁ ହସ୍ତାନ୍ତର କରିଥିଲା | ଅଭିଯୁକ୍ତ କହିଥିଲା ଯେ ଜଣେ ତାନ୍ତ୍ରିକ କଥାରେ ପଡି ସେ ନିଜର ସମସ୍ତ ଶିଶୁଙ୍କୁ ହତ୍ୟା କରିଛି | ଜୁମ୍ମାର ସମସ୍ତ ଶିଶୁଙ୍କ ବୟସ ୧୧ ବର୍ଷରୁ କମ ଥିଲା | ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ପଞ୍ଚାୟତରେ କ୍ଷମା ମାଗିଥିଲେ | ଏସପି ଅଶ୍ୱିନ ରୋୖନବି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସ୍ପଷ୍ଟ କରିଛନ୍ତି | ଅଭିଯୁକ୍ତର ୩ ଝିଅ ଓ ୨ ପୁଅ ଥିଲେ | ସେ ସମସ୍ତଙ୍କୁ ହତ୍ୟା କରିଦେଇଛି | ତେବେ ଏହି ବିଭତ୍ସ ହତ୍ୟାକାଣ୍ଡରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ପତା କରିବାକୁ ପୋଲିସ ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.