ପ୍ରେମ ବିବାହକୁ ବାପଘର ଲୋକଙ୍କ ବିରୋଧ, ଗୁଣ୍ଡା ଲଗାଇ ଶ୍ଵଶୁର ଘର ଲୋକଙ୍କୁ ମାଡ ମାରି ଝିଅକୁ ଉଠାଇ ନେଲେ

Published By : Prameya-News7 Bureau | June 04, 2021 IST

ଆନନ୍ଦପୁର ୦୪।୦୬:  ପ୍ରେମ ବିବାହ କରି ପ୍ରାୟ ଦୁଇମାସ ହେବ ସ୍ବାମୀ ସହ ଶାଶୁଘରେ ରହୁଥିବା ଝିଅକୁ ଗୁଣ୍ଡା ଲଗାଇ ଉଠାଇ ନେଇଛନ୍ତି ବାପଘର ଲୋକେ।  ଝିଅକୁ ଉଠାଇ ନେବା ସମୟରେ ଶାଶୁ , ଶଶୁର , ସ୍ବାମୀ ଓ ନଣନ୍ଦଙ୍କୁ ନିର୍ଧୁମ୍ ପିଟିଛନ୍ତି ଭଡାଟିଆ ଗୁଣ୍ଡା। ତେବେ ବୋହୂକୁ ଉଠାଇ ନେବାପରେ ଜଣେ ଗୁଣ୍ଡାକୁ କାବୁକରି  ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି ପରିବାର ଲୋକେ। ଏଭଳି ଏକ ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନ ନାରଙ୍ଗପୁର ଗାଁରେ।  

{"id":461571,"sizeSlug":"large","linkDestination":"none"}

ଗାଁର ଦିଲ୍ଲୀପ୍ କୁମାର ପରିଡାଙ୍କ ପୁଅ ସମ୍ବିତ୍ ଅନୁଗୋଳ ଥାନା ଅମଲାପଡା ଅଞ୍ଚଳର ଅଶୋକ ବେହେରାଙ୍କ ଝିଅ ଜ୍ୟୋତିଙ୍କୁ ଭଲ ପାଉଥିଲେ। ତେବେ ଜ୍ୟୋତି ସମ୍ବିତଙ୍କ ସହ ଘରୁ ପଳାଇ ଆସି କିଛି ମାସ ତଳେ ପ୍ରେମ ବିବାହ କରି ଶାଶୁଘରେ ରହୁଥିଲେ। ହେଲେ ଝିଅ ଘର ଏହି ବାହାଘରରେ ରାଜି ନଥିବାରୁ ବାରମ୍ବାର ଝିଅକୁ ନେଇଯିବାର ଧମକ ଦେଉଥିଲେ। ଆଜି ଜ୍ୟୋତିର ଭାଇ ଦିଲ୍ଲୀପ୍ ବେହେରା ଦୁଇଟି ଗାଡିରେ ଗୁଣ୍ଡା ଆଣି ସମ୍ବିତଙ୍କ ଘରେ ପଶି ଜୋର୍ ଜବରଦସ୍ତ ଭଉଣୀ ଜ୍ୟୋତିକୁ ଉଠାଇନେବା ସହ ସମ୍ବିତ୍‌ଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଷିପୁରା ପୋଲିସ୍ ନିକଟରେ ଲିଖିତ ଅଭିଯୋଗ ଏବଂ  ଅଟକ ଗୁଣ୍ଡାର ବୟାନକୁ ଆଧାର କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.