ବଜ୍ରାଘାତରେ ଶ୍ବଶୁର ମୃତ ଏବଂ ବୋହୁ ଗୁରୁତର

Published By : Prameya-News7 Bureau | April 11, 2020 IST

ଭଦ୍ରକ୧୧/୪: ବଜ୍ରାଘାତରେ ଶ୍ବଶୁର ମୃତ ଏବଂ ବୋହୁ ଗୁରୁତର। ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତର ଗୁଡୁପାଳ ଗାଁର ଗୋବିନ୍ଦ ମହାଳିକ। ବଜ୍ରାଘାତରେ ଗୁରୁତର ହୋଇଥିବ ବୋହୁ ହେଉଛନ୍ତି ଶାନ୍ତି ମହାଳିକ।

ମିଳିଥିବା ସୂଚନା ମୁତାବକ, ମୁଗ ତୋଳିବା ପାଇଁ ଗାଁ ନିକଟରେ ଥିବା ବିଲକୁ ଶ୍ବଶୁର ଓ ବୋହୁ ଉଭୟ ଯାଇଥିଲେ। ବର୍ଷା-ଝଡ଼ ହେବା ସମୟରେ ମୁଗ ତୋଳି ଘରକୁ ଫେରିବା  ବେଳେ ବଜ୍ରାଘାତ ହୋଇଥିଲା । ସେହି ସମୟରେ ଦୁଇଜଣ ବିଲ ହିଡ଼ରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ  ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶ୍ବଶୁର ଗୋବିନ୍ଦ ମହାଳିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବୋହୁ ଶାନ୍ତି ମହାଳିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.