Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋହୂଙ୍କୁ ଶ୍ବଶୁରଙ୍କ ଦୁଷ୍କର୍ମ ଉଦ୍ୟମ, ଚିତ୍କାର କରିବାରୁ ସ୍ବାମୀ କହିଲା ଏମିତି…

31/08/2019 at 4:21 PM

ମେରଠ ୩୧|୮: ଉତ୍ତରପ୍ରଦେଶ ମେରଠ ଜିଲ୍ଲା ଭାବନପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଘରେ ବନ୍ଦ ରଖି ମାଡ ମାରିବା ସହ ଟ୍ରିପଲ ତଲାକ୍ ଦେବା ନେଇ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଶ୍ବଶୁରଙ୍କ ସହ ଅବୈଧ ସଂପର୍କ ରଖିବାକୁ ମନାକରିବାରୁ ତାଙ୍କୁ ତାଙ୍କ ସ୍ବାମୀ ଘରେ ବନ୍ଧକ ରଖିଥିଲେ । କୌଣସି ପ୍ରକାରରେ ମହିଳା ସଂପର୍କୀୟ ମାନଙ୍କୁ ଏ ନେଇ ଖବର ଦେଇଥିଲେ । ଫଳରେ ମହିଳାଙ୍କ ବାପା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି

ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି । ମହିଳା ଜଣଙ୍କ ତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ।

ସୂଚନା ଅନୁସାରେ ଦିଲ୍ଲୀ ନିବାସୀ ମୁନକାଦ ଅଲ୍ଲୀ ତାଙ୍କ ଝିଅର ବିବାହ ୨୦୧୬ ମସିହା ଫେବୃଆରୀ ୧୯ତାରିଖରେ ଭାବନପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ହୋଇଥିଲା । ବିବାହ ପରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କ ବାପାଙ୍କ ସହ ଅବୈଧ ସଂପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲେ । ମହିଳା ଜଣଙ୍କ ବିରୋଧ କରିବାରୁ ତାଙ୍କ ସ୍ବାମୀ ତାଙ୍କୁ ମାରପିଟ୍ କରୁଥିଲେ । ମାମଲାରେ ପୂର୍ବରୁ ହିଁ ପଞ୍ଚାୟତ ବସିସାରିଥିଲା ।

ମହିଳା କହିଛନ୍ତି ଯେ, ୫ଦିନ ପୂର୍ବରୁ ଶ୍ବଶୁର ତାଙ୍କ ସହ ଜୋରଜବରଦସ୍ତି କରିଥିଲେ । ପାଟି କରିବାରୁ ତାଙ୍କ ସ୍ବାମୀ ସେଠାରେ ପହଞ୍ଚିଥିଲେ । ସେ ତାଙ୍କ ସ୍ତ୍ରୀଙ୍କ ବଞ୍ଚାଇବା ପରିବର୍ତ୍ତେ ଶ୍ବଶୁରଙ୍କ ପକ୍ଷ ନେଇଥିଲେ । ମହିଳା ଜଣଙ୍କ ବିରୋଧ କରିବାରୁ ତାଙ୍କୁ ରୁମ୍ ରେ ବନ୍ଦ କରିଦେଇଥିଲେ । ସଂପୃକ୍ତ ମହିଳା ଜଣଙ୍କ ପଡୋଶୀ ମହିଳାଙ୍କ ସହାୟତାରେ ବାପଘରଲୋକଙ୍କୁ ଖବର ଦେଇଥିଲେ । ଫଳରେ ବାପଘରଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲାର ଯାଞ୍ଚ କରାଯାଉଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts