ପୋଡିଗଲେ ସ୍ବାମୀ, କେମିତି ଜାଣିପାରିଲେନି ସ୍ତ୍ରୀ ? ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ଏବେ ଅଡୁଆ ସୂତା, ବୋହୂ ଉପରେ ସନ୍ଦେହ କଲେ ଶ୍ବଶୁର

Published By : Prameya-News7 Bureau | July 13, 2021 IST

ଗଜପତି ୧୩।୭: ନିଆଁରେ ପୋଡି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ବୋହୂ ଉପରେ ସନ୍ଦେହ କଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପୁଅକୁ ନିର୍ଯାତନା ଦେଉଥିଲେ ବୋହୂ । ଘଟଣା ଦିନ ପୁଅ ପାଖରେ ବୋହୂ ଘରେ ଥିଲେ ବୋଲି ସୌମ୍ୟରଞ୍ଜନଙ୍କ ବାପା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସରକାରୀ ବାସଭବନରୁ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଗଜପତି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣା ବିଷୟରେ କିଛି କହିନଥିବା ବେଳେ ସୌମ୍ୟରଞ୍ଜନ ରହୁଥିବା ବାସଭବନରେ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରିବା ସହ କିଛି ସାମଗ୍ରୀ ଜବତ କରିଛି ।

ସେପଟେ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ପତ୍ନୀ ରହୁଥିଲେ ମଧ୍ୟ ଘଟଣା ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସୌମ୍ୟରଞ୍ଜନ ପୋଡି ହେବା ଘଟଣା ହତ୍ୟା ନା ଆତ୍ମହତ୍ୟା ନା ଏକ ଦୁର୍ଘଟଣା ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିଲା । ଗତ ଡିସେମ୍ବର ମାସରେ ତାଙ୍କର ବିବାହ ହୋଇଥିଲା । ସେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ରହୁଥିଲେ ।

wp:embed {"url":"https://www.youtube.com/embed/IZihLnaZWeI","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/IZihLnaZWeI
/wp:embed wp:embed {"url":"http://www.prameyanews7.com/assistant-forest-ranger-rescued-in-half-burnt-condition-in-gajapati/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/assistant-forest-ranger-rescued-in-half-burnt-condition-in-gajapati/
/wp:embed



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.