ବାହାଘରର ପ୍ରଥମ ରାତିରେ ବୋହୂକୁ ଶ୍ବଶୁର କଲା ଦୁଷ୍କର୍ମ… ଭିଡିଓ ରେକର୍ଡିଂ କଲେ ସ୍ବାମୀ-ଦିଅର

Published By : Prameya-News7 Bureau | December 27, 2019 IST

କାନପୁର ୨୭।୧୨: ଭୟଙ୍କର ଏବଂ କୁତ୍ସିତ ପରମ୍ପରା । ବାପ ସମାନ ଶ୍ବଶୁର ବୋହୂକୁ ଉପଭୋଗ କରିବାର ଅଜବ ଅନ୍ଧବିଶ୍ବାସ । କାନପୁର ଅକବରୀ ଥାନା ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ସଭ୍ୟଶିକ୍ଷିତ ସମାଜର ଦାବି ଉପରେ ପ୍ରଶ୍ନ ଛିଡା କରିଛି । ଘଟଣାଟି ହେଲା  ପରମ୍ପରା ନାଁରେ ବିବାହର ପ୍ରଥମ ରାତିରେ ବୋହୂକୁ ଦୁଷ୍କର୍ମ କରିଛି ଶ୍ବଶୁର । ଆହୁରି ଦୁଃଖଦ ହେଲା ସ୍ବାମୀର ସହମତିରେ ଏପରି କାରନାମା । ଏପରିକି ଶ୍ବଶୁରଙ୍କୁ ଏହି କୁତ୍ସିତ କାମରେ ସାହାଯ୍ୟ କରିଛନ୍ତି ସ୍ବାମୀ ଏବଂ ଦିଅର । ଉଭୟ ମିଶି ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କରିଛନ୍ତି । ସ୍ଥାନୀୟ ଥାନାର ପୋଲିସ ଏଫଆଇଆର ନରଖିବାରୁ ଏଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା ।

ଏହାପରେ ଏଡିଜି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହର ପ୍ରଥମ ରାତିରେ ତାଙ୍କ ଶ୍ବଶୁର ତାଙ୍କ ରୁମ୍ କୁ ଆସିଥିଲେ । ତାଙ୍କ ସହ ଜୋର ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଫଳରେ ସେ ଚିତ୍କାର କରିବାକୁ ଲାଗିଥିଲେ । ଚିତ୍କାର ଶୁଣି ତାଙ୍କ ସ୍ବାମୀ ଆସି ଏହାକୁ ଏକ ପରମ୍ପରା ବୋଲି କହିଥିଲେ । ପରେ ଶ୍ବଶୁର ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ବେଳେ ସ୍ବାମୀ ଏବଂ ଦିଅର ମିଶି ଭିଡିଓ ରେକର୍ଡିଂ କରିଥିବା ପୀଡିତା ଅଭିଯୋଗ କରିଛନ୍ତି ।

ତାପର ଦିନ ପୀଡିତା ମହିଳା ଜଣଙ୍କ ତାଙ୍କ ବାପଘରକୁ ଚାଲିଯାଇଥିଲେ । ସେବେଠାରୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ରୁଜୁ କରିନଥିଲେ । ଫଳରେ ନିରାଶ ହୋଇ ସେ ଏଡିଜିଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ଥାନା ଅଧିକାରୀଙ୍କୁ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.