ଶ୍ବଶୁର କଲା ଦୁଷ୍କର୍ମ : ସ୍ବାମୀ କହିଲା ତିନି ତଲାକ, ମାମଲା ରୁଜୁ
28/11/2019 at 11:35 AM

ଅଲଓ୍ବର ୨୮/୧୧: ରାଜସ୍ଥାନରେ ଜଣେ ୨୫ବର୍ଷ ବୟସ୍କା ଯୁବତୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ବଶୁର ଏବଂ ଆଉ ଜଣେ ସମ୍ପର୍କୀୟ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ସେହି ସମୟରେ ପୀଡ଼ିତାଙ୍କ ସ୍ବାମୀ ତାଙ୍କୁ ତିନ ତଲାକ କହୁଥିଲା। ଭିଓ୍ବାଡ଼ିରେ ଗତ ସୋମବାର ଏହି ମାମଲା ରୁଜୁ କରାଯାଇଛି।

ଯୁବତୀଙ୍କ କହିବା ଅନୁସାରେ ଘଟଣା ସମୟରେ ତାଙ୍କ ଦିଅର ତାଙ୍କୁ ମାଡ଼ ମାରିଥିଲା। ଦୁଷ୍କର୍ମ କରିଥିବା ଅନ୍ୟ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ଶ୍ବଶୁରର ଭାଇ ଥିଲା। ପୋଲିସଙ୍କ କହିବା ଅନୁସାରେ ଯୁବତୀଙ୍କ ସ୍ବାମୀ,ଦିଅର ବିରୋଧରେ ମାଡ଼ ଏବଂ ଶ୍ବଶୁର ଏବଂ ତା’ର ଭାଇ ବିରୋଧରେ ଗଣଦୁଷ୍କର୍ମର ମାମଲା ରୁଜୁ କରାଯାଇଛି। ଏବେ ଯାଏଁ କାହାକୁ ଗିରଫ କରାଯାଇନାହିଁ।

ଏହି ପୋଲିସ ଷ୍ଟେସନରେ ଗତ ମଙ୍ଗଳବାର ଅନ୍ୟ ଏକ ମାମଲା ରୁଜୁ କରାଯାଇଥିଲା। ଅନ୍ୟ ମାମଲାଟି ଥିଲା ସ୍ବାମୀ ନିଜ ସ୍ତ୍ରୀଙ୍କୁ ନଭେମ୍ବର ୧୭ତାରିଖରେ ଫୋନ କରି ୩ ତଲାକ କହିଥିଲା। ଯୁବତୀ ସ୍ବାମୀ,ଶ୍ବଶୁର,ଶାଶୁ ଏବଂ ଅନ୍ୟ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାଗୁଡ଼ିକ ଉପରେ ମୁସଲିମ ମହିଳା ସଂରକ୍ଷଣ ଏବଂ ଆଇପିସି ଅନୁସାରେ ମାମଲା ରୁଜୁ କରାଯାଇଛି।
