Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରଜ କରି ବୋହୂ ରୁମ୍‌ରେ ଶ୍ବଶୁର ଲଗାଇଲେ ସିସିଟିଭି କ୍ୟାମେରା, ଏହାଦେଖି ବୋହୂ କଲେ ଏମିତି…

24/08/2019 at 12:04 PM

ପାଟଣା ୨୪|୮: ବିହାର ପାଟଣା ଖୁସୁରୁପୁରରେ ଜଣେ ବ୍ୟକ୍ତି ଧାର କରଜ କରି ନିଜ ଘରେ ସିସିଟିଭି କ୍ୟାମେରା ଲଗାଇଲେ । ବୋହୂର ଶୋଇବା ଘରକୁ ମଧ୍ୟ ବାଦ୍ ଦେଇନଥିଲେ । ଅନ୍ୟପଟେ ମହିଳା କମିଶନରେ ନିର୍ଯାତନା ଅଭିଯୋଗ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବୋହୂ ।

ସଂପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ତାଙ୍କ ବୋହୂ ବହୁଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିସାରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ବୋହୂ ଅଧିକାଂଶ ସମୟରେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲେ । ସେ ତାଙ୍କ ବୋହୂଙ୍କୁ ଅଧିକାଂଶ ସମୟ ଡରି ରହୁଥିଲେ । ଯାହାଫଳରେ ପଡୋଶୀ ମାନଙ୍କଠାରୁ ଧାର କରଜ କରି ସେ ଘରର ୪ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଥିଲେ ।  

ଶ୍ବଶୁର ମଧ୍ୟ ଏହା ଘଟଣାକୁ ନେଇ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ମହିଳା କମିଶନଙ୍କ ନିକଟରେ ସେ କହିଛନ୍ତି ଯେ, ତାଙ୍କ ବୋହୂ ରାଗିଯାଇ ନିଜ ଛୁଆମାନଙ୍କୁ କିରୋସିନି ପିଆଇ ଦେଇଥିଲେ । ସ୍ବାମୀଙ୍କୁ ମଧ୍ୟ ସିଡିରୁ ଧକ୍କା ଦେଇଦେଇଥିଲେ । ସେ ସବୁବେଳେ ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ଫସାଇଦେବା ଲାଗି ମଧ୍ୟ ଡରାଉଥିଲେ । ଯାହା ଫଳରେ ସେ ଘରର ୪ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଥିଲେ । ବୋହୂର ଶୋଇବା ଘରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ସେ ଏକା ରୋଜଗାର କରି ଘର ଚଳାଉଥିଲେ । ତାଙ୍କ ପୁଅ ମଧ୍ୟ ସବୁବେଳେ ଅସୁସ୍ଥ ରହୁଥିଲେ । ଯେତେବେଳେ ସେ କାମରୁ ଫେରିଥାନ୍ତି ସେତେବେଳେ ତାଙ୍କୁ ତାଙ୍କ ବୋହୂର ଧମକ ମଧ୍ୟ ଶୁଣିବାକୁ ପଡୁଥିଲା । କ୍ୟାମେରା ଲଗାଇବା ଫଳରେ ଏବେ ତାଙ୍କୁ ଫସାଇବାର ଡର ନଥିଲା ବୋଲି ସେ କହିଥିଲେ  ।

ଶ୍ବଶୁର ସିସିଟିଭି କ୍ୟାମେରା ଲଗାଇବା ପରେ ବୋହୂ ମହିଳା କମିଶନ ଏବଂ ଫ୍ୟାମିଲି କୋର୍ଟରେ ସ୍ବାମୀ, ଶ୍ବଶୁର, ଶାଶୁ, ନଣନ୍ଦ ଏବଂ ଦିଅରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ ।

ମହିଳା ଆୟୋଗ କମିଶନ କହିଛନ୍ତି ଯେ, ସଂପୃକ୍ତ ମହିଳା ନିର୍ଯାତନାର ଅଭିଯୋଗ କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ବୁଝାମଣା ହୋଇସାରିଛି ବୋଲି ସେ କହିଥିଲେ ।

   Related Posts