ସୁବର୍ଣ୍ଣପୁରରେ ବୀଭତ୍ସ ହତ୍ୟାକାଣ୍ଡ : ଶ୍ବଶୁର ମୃତ,ବୋହୂ ଗୁରୁତର

Published By : Prameya-News7 Bureau | June 01, 2020 IST

ସୁବର୍ଣ୍ଣପୁର ୧/୬: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଧୁଲଧୁଲା ଗାଁରେ ହତ୍ୟାକାଣ୍ଡ । ଗାଁର ରାଜକୁମାର ଲୁହାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ତାଙ୍କ ବୋହୂ ଭୁମିସୁତା ଲୁହାଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସୋନପୁର ସ୍ଥାନାନ୍ତର କରାଯାଇଛି ।

{"id":279420,"sizeSlug":"large"}

ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ସକାଳୁ ଗାଁ ମୁଣ୍ଡରେ ନିଜ ପ୍ରଧାନମନ୍ତ୍ରୀ ଆବାସ ଘରେ ରାଜକୁମାର ଲୁହାଙ୍କ ମୃତଦେହ ପଡିଥିବାବେଳେ ତାଙ୍କ ବୋହୁ ଗୁରୁତର ଅବସ୍ଥାରେ ପଡିଥିବା ରାଜକୁମାରଙ୍କ ସ୍ତ୍ରୀ ଦେଖିଥିଲେ । ଭୁମିସୂତାଙ୍କ ସ୍ୱାମୀ ବାହାର ରାଜ୍ୟରେ ରହୁଛନ୍ତି । ତେବେ  ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଂଚି ଅଧିକ ଅନୁସନ୍ଧାନ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.