Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରତିଶୋଧ ପରାୟଣ ହୋଇ ଜ୍ୱାଇଁର ଗୋଡ଼ ହାଣିଦେଲା ଶ୍ବଶୁର

ବୌଦ୍ଧ ୨୦/୮ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଡୁଙ୍ଗୁରିଗୁଡା ଗ୍ରାମରେ ଅଭାବନିୟ କାଣ୍ଡ ଘଟିଛି। ଜ୍ୱାଇଁର ଗୋଡ଼ ହାଣିଦେଇଛି ଶ୍ବଶୁର। ଅଭିଯୁକ୍ତ ଜଣକ ହେଲେ ଶଶୀ ମହାଳିକ । ଆହତ ଜ୍ୱାଇଁ ହେଲେ ବରପଦର ଗାଁର ସୌରଭ ଦଣ୍ଡିଆ l ଲିଖିତ ଭାବେ ଆହତଙ୍କ ବାପା ଚିତ୍ରସେନ ଦଣ୍ଡିଆ ଥାନାରେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସୌରଭଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

 ସୂଚନା ଅନୁଯାୟୀ ୨ ମାସ ତଳେ ସୌରଭ ଶଶୀ ମହାଳିକଙ୍କ ଝିଅଙ୍କୁ ପ୍ରେମ ବିବାହ କରିଥିଲେ । ମାତ୍ର ଏଥିରେ ତାଙ୍କର ସମ୍ମତି ନଥିଲା । ସେମାନେ ବରପଦରରେ ରହୁଥିଲେ । ୨ଦିନ ହେବ ଝିଅ ନିଜ ଘରକୁ ଆସିଥିଲା । ଝିଅକୁ ଶ୍ବଶୁର ଘରକୁ ନେବାକୁ ସୌରଭ ଆସିଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ଝିଅର ବାପା ନିଜ ଜ୍ୱାଇଁ ଗୋଡ଼କୁ ଏକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲେ । ତାଙ୍କୁ ପ୍ରଥମେ ସୋନପୁର ମେଡିକାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ ଚଳାଇଛି ।

674 Views

   ସମ୍ବନ୍ଧିତ ଖବର