Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଟଙ୍କିକିଆ ଚାଉଳକୁ ନେଇ ମହାଭାରତ, ବାପର କାଠ ଫାଳିଆ ମାଡ଼ରେ ଭିନ୍ନକ୍ଷମ ପୁଅ ମୃତ

28/01/2021 at 8:53 PM

ବ୍ରହ୍ମପୁର ୨୮/୦୧: ଟଙ୍କିକିଆ ଚାଉଳକୁ ନେଇ ରାକ୍ଷସ ପାଲଟିଲା ବାପା। ନିଜ ଭିନ୍ନକ୍ଷମ ପୁଅର ମୁଣ୍ଡକୁ କାଠ ଫାଳିଆରେ ପିଟି ହତ୍ୟା କରିଦେଲା। ଏମିତି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମ ଦୁର୍ଗାମାଧବ ସାହିରେ ଘଟିଛି। ଅଭିଯୁକ୍ତ ବାପ ବଳରାମ ପ୍ରଧାନ ଥାନାରେ ଅଟକ ଥିବା ବେଳେ ମୃତ ଅନିଲ ପ୍ରଧାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

ସୂଚନା ଅନୁସାରେ, ଦୁର୍ଗାମାଧବ ସାହିର ବଳରାମ ପ୍ରଧାନ ଓ ପୁଅ ଅନିଲ ପ୍ରଧାନ ଗାଟିଏ ଘରେ ରହି ଆସୁଥିଲେ। କିନ୍ତୁ ରାସନ କାର୍ଡରେ ମିଳୁଥିବା ଟଙ୍କିକିଆ ଚାଉଳକୁ ବାପା ଭିନ୍ନକ୍ଷମ ପୁଅକୁ ଦେଉନଥିବା ବେଳେ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ ଅଲଗା ହୋଇ ଅନ୍ୟ ଏକ ଭଡାଘର ନେଇ ରହୁଥିଲା । ଗୋଟିଏ ରାସନ କାର୍ଡରେ ବାପା ମାଆ ଓ ପୁଅ ବୋହୂକୁ ଚାଉଳ ମିଳୁଥିବା ବେଳେ ସେହି ଚାଉଳକୁ ବାପା ବଳରାମ ପ୍ରଧାନ ଭିନ୍ନକ୍ଷମ ପୁଅକୁ ଦେଉନଥିବାରୁ ପୁଅ ପ୍ରତିବାଦ କରୁଥିଲା।

ପ୍ରତିବାଦ ପରେ ବସଚା ହୋଇଥିଲା। ବାପା କାଠ ଫାଳିଆରେ ପୁଅର ମୁଣ୍ଡକୁ ପିଟି ଦେଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲା। ପୁଅ ଅନିଲକୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଗ୍ରାମବାସୀ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଅନୀଲକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲସରା ପୋଲିସ ପଡଞ୍ଚି ତଦନ୍ତ କରିବା ସହ ବାପା ବଳରାମ ପ୍ରଧାନକୁ ଅଟକ ରଖିଛି।

   Related Posts