Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟ୍ରାଫିକ ନିୟମ ଉଲ୍ଲଘଂନ, କଟକରେ ନାବାଳକ ପାଇଁ ଜରିମାନା ଦେଲେ ବାପା- ହେଲମେଟ୍‌ ନପିନ୍ଧି ଫୋନରେ ଗପି ଗାଡି ଚଳାଉଥିବାରୁ ଏତେ ହଜାର ଫାଇନ୍‌

1/12/2019 at 5:06 PM

କଟକ ୧।୧୨ –  କଟକରେ ବି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହୋଇଛି ଫାଇନ୍। ମଧୁପାଟଣା ଛକରେ ହେଲମେଟ ନ ପିନ୍ଧି ମୋବାଇଲ ଧରି ଗାଡି ଚଳାଉଥିବା ଜଣେ ନାବାଳକର ବାପା ଗଣିଛନ୍ତି ୬ ହଜାର ଟଙ୍କା ଫାଇନ୍ ।

ନାବାଳକ ଫୋନରେ ଗପିବା ବାବଦରେ ୫ ହଜାର ଟଙ୍କା ଓ ହେଲମେଟ ପିନ୍ଧିନଥିବାରୁ ଏକ ହଜାର ଟଙ୍କା ଜୋରିମାନା ଦେଇଛନ୍ତି ।

ନୂଆ ମୋଟର ଯାନ ଆଇନ ଅନୁସାରେ ୧୦ଟି ଦିଗକୁ ଗୁରୁତ୍ବ ଦିଆଯାଇଛି। ଦ୍ରୁତ ଗତିରେ ଗାଡି ଚଲାଇବା, ଟ୍ରାଫିକ ସିଗ୍ନାଲ୍ ନମାନିବା, ମଦ ପିଇ ଗାଡି ଚଳାଇବା, ରଙ୍ଗରୁଟ୍ରେ ଗାଡ଼ି ଚଲାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବାକୁ ବିଲକୁଲ ମାଫ୍ କରାଯାଉ ନାହିଁ। ସେହିପରି ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା, ଦୁଇଚକିଆ ଗାଡିରେ ତିନିଜଣ ବସିବା, ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା ସାଙ୍ଗକୁ ଗାଡିରେ ଓଭଲଲୋଡିଂ ମାଲ ପରିବହନ କରୁଥିବା ଚାଳକଙ୍କ ଠାରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ ।

 ଗାଡି କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାର ଆଉ ୩ ମାସ ସମୟ ଦେଇଛନ୍ତି। ହେଲେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଏବେ ନସୁଧୁରିଲେ ଗଣିବେ ଫାଇନ୍ ।

   Related Posts