ଆଇସ୍‌କ୍ରିମ୍‌ରେ ମୂଷା ବିଷ ମିଶାଇ ପିଲାଙ୍କୁ ଖାଇବାକୁ ଦେଲା ବାପ, ୫ ବର୍ଷର କୁନି ପୁଅ ମୃତ, ୨ ଜଣ ହସ୍ପିଟାଲରେ

Published By : Prameya-News7 Bureau | June 30, 2021 IST

ମୁମ୍ବାଇ ୩୦/୬: ସୈତାନ ବାପ ! ନିଜ ପିଲାଙ୍କୁ ସ୍ନେହବୋଳା ଆଇସ୍‌କ୍ରିମ୍‌ ବଦଳରେ ଖାଇବାକୁ ଦେଲା ମୂଷା ବିଷ ମିଶା ଆଇସକ୍ରିମ୍‌। ଘରୋଇ କଳିକୁ ନେଇ ପିଲାମାନଙ୍କୁ ବିଷ ଖାଇବାକୁ ଦେଲା ବାପ । ବିଷାକ୍ତ ଆଇସକ୍ରିମ୍‌ ଖାଇ ୩ ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବାକି ଦୁଇ ଶିଶୁ  ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଅଭିଯୁକ୍ତ ବାପକୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି। ବାପା ଆଇସକ୍ରିମ୍‌ ଆଣିଥିବା ଖୁସୀରେ ପିଲାମାନେ ବିଷ ଖାଇଥିଲେ। ଏଥିରେ ୫ ବର୍ଷର ଅଲିଶାନ ଅଲି ମହମ୍ମଦର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ପିଲା ୭ ବର୍ଷର ଅଲୀନା ଏବଂ ୨ ବର୍ଷୀୟ ଅରମାନ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଗତ ଶୁକ୍ରବାର ଘରୋଇ କଳିକୁ କେନ୍ଦ୍ର କରି ଅଭିଯୁକ୍ତ ଆଇସକ୍ରିମରେ ମୂଷା ମରା ମିଷ ମିଶାଇଥିବା ପୋଲିସ କହିଛି । ତେବେ ଏହା ପଛର ପ୍ରକୃତ କାରଣ କଣ ସେନେଇ ପୋଲିସ ତଦନ୍ତ କରୁଛି ।

ଘଟଣା ସମ୍ପର୍କରେ ଅଭିଯୁକ୍ତର ସ୍ତ୍ରୀ ଥାନା​‌ରେ ଅଭିଯୋଗ କରିଥିଲେ। ଏଭଳି ଅମାନବୀୟ ଘଟଣା ମୁମ୍ବାଇର ମାନଖୁର୍ଦରେ ଘଟିଛି। ସେପଟେ ଏନେଇ ଅଭିଯୋଗ ପାଇବା ପରେ ପୋଲିସ ମାମାଲା ରୁଜୁ କରିବା ସହ ଅଭିଯୁକ୍ତ ମହମ୍ମଦ ଅଲ୍ଲୀ ନୈଶାଦକୁ ଗିରଫ କରିଛି। ଏହା ସହ ଅଧିକ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.