Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବୋନ୍ କ୍ୟାନସରରେ ଛଟପଟ ହେଉଥିଲା ୧୪ ବର୍ଷର ପୁଅ: ବିଷ ଦେଇ ମାରିଦେଲା ବାପା, ୩ ଗିରଫ

6/10/2021 at 2:46 PM

ଚେନ୍ନାଇ ୦୬/୧୦ : ତାମିଲନାଡୁ ସଲେମରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ବୋନ କ୍ୟାନସରରେ ପୀଡିତ ଏକ ୧୪ ବର୍ଷର ବାଳକ ଯନ୍ତ୍ରଣାରେ ଛଟପଟ ହେଉଥିବା ସହିନପାରି ନିଜ ବାପା ତାକୁ ବିଷ ଦେଇ ହତ୍ୟା କରିଛନ୍ତି। ବାଳକର ବାପା ତାକୁ ୩ଟି ଔଷଧର ମିଶ୍ରଣର ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ବାଳକର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିତା ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ପେରିୟାସାମିଙ୍କ ୧୪ ବର୍ଷର ପୁଅ ବନ୍ନାଥମିଜନ ଗତ ବର୍ଷେ ହେଲା ବୋନ କ୍ୟାନସରରେ ପୀଡିତ। ପୁଅ ଦିଅଁ ରାତି ଯନ୍ତ୍ରଣାରେ ଛଟପଟ ହୁଏ। ପେରିୟାସାମି ନିଜ ପୁଅର ଯନ୍ତ୍ରଣା ଦୂର କରିବାକୁ ଭେଙ୍କଟେସନ ସହ ଯୋଗାଯୋଗ କରିଥିଲେ। ସେ ଏକ ପ୍ରୟୋଗଶାଳା ଚଳାନ୍ତି। ତାପରେ ପେରିୟାସାମି ଓ ଭେଙ୍କଟେସନ ପ୍ରଭୁ ନାମକ ଜଣେ ଚିକିତ୍ସକଙ୍କୁ ଯୋଗାଯୋଗ କରିଥିଲେ। ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ପ୍ରଭୁ ତୁରନ୍ତ ପେରିୟାସାମିଙ୍କ ଘରକୁ ଯାଇ ୧୪ ବର୍ଷର ପୁଅକୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବାପରେ ପୁଅର ମୃତ୍ୟୁ ହୋଇଯାଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ବନ୍ନାଥମିଜନକୁ ପ୍ରଭୁ ୩ଟି ଔଷଧର ମିଶ୍ରଣର ଏକ ଇଞ୍ଜେକ୍ସନ ଦେଇଥିଲେ। ଓଭର ଡୋଜ ପାଇଁ ବନ୍ନାଥମିଜନର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପେରିୟାସାମିଙ୍କୁ ପଚରାଉଚୁରା କରିଥିଲା। ସେ ସବୁ ସତ କଥା କହିଦେଇଥିଲେ। କୋଙ୍ଗୁନାପ୍ରମ ପୋଲିସ ମାମଲାରେ ପେରିୟାସାମି, ଭେଙ୍କଟେସନ ଓ ପ୍ରଭୁକୁ ଗିରଫ କରିଛି। ପୋଲିସ ଧାରା ୧୦୯ ଅନୁଯାୟୀ ମାମଲା ରୁଜ୍ଜୁ କରିଛି।

   Related Posts