ବର ୪୦କୁ କନ୍ୟା ୧୪: ଝିଅର ଇଚ୍ଛା ପାଠ ପଢିବ, ହେଲେ ଆର୍ଥିକ ସ୍ଥିତି ଦୁର୍ବଳ ବୋଲି ବାହାଘର କରିଦେଲା ବାପା

Published By : Prameya-News7 Bureau | June 29, 2021 IST

ପୁର୍ଣିୟା ୨୯/୦୬ : ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଇନ ଲାଗୁ କରିଛନ୍ତି। ଏଥିପାଇଁ ନିରନ୍ତର ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହା ସତ୍ତ୍ୱେ ବିହାରରେ ଜଣେ ନାବାଳିକାଙ୍କର ବାହାଘର କରାଯାଇଛି। ମାମଲା ବିହାର ପୁର୍ଣିୟା ଜିଲ୍ଲାର ଯେଉଁଠି ନାବାଳିକା ବିବାହ ମାମଲା ସାମ୍ନାକୁ ଆସିଛି। ପୁର୍ଣିୟା ମୁଫାସିଲ ଥାନା ଅନ୍ତର୍ଗତ ଯାଦବ ଟୋଲାରେ ଜଣେ ୧୪ ବର୍ଷର ନାବାଳିକାଙ୍କ ବାହାଘର ଉତ୍ତର ପ୍ରଦେଶର ଜଣେ ବୟସ୍କ ବ୍ୟକ୍ତି ସହ ହୋଇଛି। ନାବାଳିକା ଜଣକ କହିଛନ୍ତି ଯେ ସେ ବିବାହ କରିବାକୁ ଚାହୁଁନଥିଲେ। ସେ ବର୍ତ୍ତମାନ ପାଠ ପଢିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ପିତା ଗିରିଶ ମଣ୍ଡଲ ନିଜର ଆର୍ଥିକ ସ୍ଥିତି ଦର୍ଶାଇ ଜଣେ ପ୍ରାପ୍ତ ବୟସ୍କଙ୍କ ସହ ଝିଅ ବାହାଘର କରିଦେଇଛନ୍ତି। ବିବାହ ପରେ ମଧ୍ୟ ଝିଅ ଶାଶୁ ଘରକୁ ଯିବାକୁ ଇଚ୍ଛା କରୁନଥିଲେ।

ୟୁପିର ମୁରାଦାବାଦର ୪୦ ବର୍ଷିୟ ବର ଅନେକ ପାଲ କହିଛନ୍ତି ଯେ ତାଙ୍କ ଗାଁର ଜଣେ ବ୍ୟକ୍ତିଙ୍କର ଏହି ଗାଁରେ ବାହାଘର ହୋଇଛି। ତାଙ୍କ ସହଯୋଗରେ ଏହି ବିବାହ ସ୍ଥିର ହୋଇଥିଲା ଏବଂ ସେ ଏଠାକୁ ଆସି ରବିବାର ଦିନ ଦେୱାଙ୍ଗଜୀ କାଳୀ ମନ୍ଦିରରେ ବିବାହ କରିଥିଲେ।

ବିବାହ ଗୁପ୍ତରେ କରାଯାଇଥିଲା । କିନ୍ତୁ ଯେତେବେଳେ ଗ୍ରାମବାସୀ ଏବଂ ଚାଇଲ୍ଡ ଲାଇନକୁ ଏହି ବିଷୟରେ ସୂଚନା ମିଳିଥିଲା ସେତେବେଳେ ଗ୍ରାମବାସୀ ଏହି ବାଲ୍ୟ ବିବାହକୁ ବିରୋଧ କରିଥିଲେ। ଏ ସମ୍ପର୍କରେ ପଚରାଯିବାରୁ ମୁଫାସିଲ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଆଦିତ୍ୟ ରଂଜନ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଯଦି ଅଭିଯୋଗ ହୁଏ ତାହେଲେ ଏହି ମାମଲାରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନାବାଳିକାଙ୍କ ପିତା ଗିରିଶ ମଣ୍ଡଳ କହିଛନ୍ତି ଯେ ତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ। ନାବାଳିକାଙ୍କ ମା' ମାନସିକ ସ୍ଥରରେ ଦୁର୍ବଳ। ସେ ରୋଜଗାର କରିବାକୁ ବାହାରକୁ ଯାଆନ୍ତି। ସେଥିପାଇଁ ସେ ଝିଅର ବାହାଘର କରାଇଦେବା ଉଚିତ୍ ବୋଲି ଭାବିଲେ। ସେ ଯୌତୁକ ଦେବାରେ ସକ୍ଷମ ନଥିଲେ। ସେଥିପାଇଁ ସେ ଉତ୍ତର ପ୍ରଦେଶର ଜଣେ ପ୍ରାପ୍ତ ବୟସ୍କଙ୍କ ସହ ଝିଅ ବାହାଘର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.