ଜନକ ନୁହେଁ ସେ ଜହ୍ଲାଦ : ଦୁଇ ନାବାଳିକା ଝିଅଙ୍କୁ ୪ ବର୍ଷ ଧରି କରୁଥିଲା ଦୁଷ୍କର୍ମ, ବିରୋଧ କଲେ ଫୋଡୁଥିଲା ସେଫ୍ଟିପିନ୍

Published By : Prameya-News7 Bureau | January 15, 2021 IST

ପୁଣେ ୧୫।୧: ବାପ-ଝିଅ ସମ୍ପର୍କ ପବିତ୍ର । ହେଲେ ଯଦି ଜଣେ ବାପା ଏଭଳି ପବିତ୍ର ସମ୍ପର୍କକୁ କଳଙ୍କିତ କରେ ସାରା ସମାଜ କଳଙ୍କିତ ହୋଇଯାଏ । ସମ୍ପର୍କକୁ କଳୁଷିତ କରୁଥିବା ଏଭଳି ଘଟଣା ମହାରାଷ୍ଟ୍ର ପୁଣେ ଦେଖିବାକୁ ମିଳିଛି । ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଦୁଇ ଝିଅକୁ ବାପା ବାପା ଦୁଷ୍କର୍ମ କରୁଥିବା ନେଇ ପୋଲିସ ଥାନାରେ ମହିଳା ଜଣଙ୍କ ଏତଲା ଦେଇଛନ୍ତି ।

ସୂଚନା ଅନୁସାରେ, ପୁଣେ କୋଢଓ୍ବା ଖୁର୍ଦରେ ଜଣେ ବାପା ନିଜ ଦୁଇ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଦୀର୍ଘ ୪ ବର୍ଷ ଧରି ସଂପୃକ୍ତ ବ୍ୟକ୍ତି ଜଣଙ୍କ ଏଭଳି କୁତ୍ସିତ କାଣ୍ଡ ଘଟାଇ ଚାଲିଥିଲେ । ୨୦୧୬ ମସିହାରେ ଜଣେ ଝିଅ ପେଟ ଦରଜ ହେଉଥିବା ମାଙ୍କୁ କହିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ସୋନୋଗ୍ରାଫି କରାଇବା ପାଇଁ କହିଥିଲେ । ମାତ୍ର ସଂପୃକ୍ତ ବ୍ୟକ୍ତି ସେହି ରିପୋର୍ଟକୁ ଜଳାଇ ଦେଇଥିଲେ ।

ଏ ସମ୍ପର୍କରେ ମାଙ୍କୁ ପ୍ରଥମେ କିଛି ଜଣାନଥିଲା । ଦିନେ ରାତିରେ ଝିଅର କାନ୍ଦିବା ସ୍ବର ଶୁଣି ମା’ ପଚାରିବାରୁ ଝିଅ କାନ୍ଦି କାନ୍ଦି ସବୁକଥା କହିଥିଲା । ଅନ୍ୟ ଝିଅ ଜଣଙ୍କ କହିଥିଲେ ଯେତେବେଳେ ସେ ବଜାରକୁ ପଳାଇଯାଆନ୍ତି ସେତେବେଳେ ତାଙ୍କ ବାପା ସେମାନଙ୍କ ସହ ଏଭଳି କୁତ୍ସିତ କାମ କରିଥାନ୍ତି । ପ୍ରତିବାଦ କରିବାରୁ ସେମାନଙ୍କ ଦେହରେ ସେଫ୍ଟିପିନ୍ ଫୋଡୁଥିଲେ । ଯେତେବେଳେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯଦି ଏ ବିଷୟରେ କାହାକୁ କିଛି କହିଲେ ସମସ୍ତଙ୍କୁ ମାରିଦେବି । ପୀଡିତାଙ୍କ ମା’ ଏସବୁ ଘଟଣା ପାଇଁ ୨୦୨୦ ମସିହାରୁ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.