Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !

3/12/2020 at 12:44 PM

ଝାରସୁଗୁଡା ୩।୧୨: ବାପା ନାଁରେ କଳଙ୍କ । ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ଜଣେ ବାପା ଝିଅ ସହ ଏଭଳି କୁକର୍ମ କରିଛି । ଘରେ କେହି ନ ଥିବା ବେଳେ ନିଜ ୧୧ ବର୍ଷର ଝିଅକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ସହରାଞ୍ଚଳରେ । ଝାରସୁଗୁଡ଼ା ଥାନାରେ ଚାଇଲ୍ଡ ଲାଇନ୍ ମାଧ୍ୟମରେ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୋଲିସ ଅଟକ ରଖିଛି ।

ସୂଚନାଯୋଗ୍ୟ ଯେ, ଘରେ ସମ୍ପୃକ୍ତ ଝିଅ ସହ ତା’ ବାପା ଏବଂ ବୃଦ୍ଧା ଆଈ ରୁହନ୍ତି । ଗତ ରବିବାର ଆଈ ଘରେ ନ ଥିବା ସମୟରେ ଝିଅକୁ ଏକୁଟିଆ ଦେଖି ନିଶାଶକ୍ତ ବାପ ଏଭଳି କୁକର୍ମ କରିଥିବା ନାବାଳିକା ପଡ଼ିଶା ଲୋକଙ୍କ ଆଗରେ କହିଥିଲେ । ଏହା ପରେ ବୃଦ୍ଧା ଆଈଙ୍କୁ ପଡ଼ିଶା ଲୋକେ ଡାକି ସବୁକିଛି କହିଥିଲେ । ଏହାକୁ ନେଇ ଅଭିଯୁକ୍ତ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅଭିଯୁକ୍ତ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ସମ୍ପୃକ୍ତ ନାବାଳିକା ଷଷ୍ଠ ଶ୍ରେଣୀରେ ପଡୁଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଚାଇଲ୍ଡ ଲାଇନ ପକ୍ଷରୁ ପୀଡ଼ିତା ନାବାଳିକାକୁ ଗୁରୁବାର ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ ପରେ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ଝାରସୁଗୁଡା ଚାଇଲ୍ଡ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା କହିଛନ୍ତି ।

   Related Posts