ସେଲଫି ନେଉଥିବାବେଳେ କେନାଲରେ ଖସି ପଡ଼ିଲେ ୯ବର୍ଷର ନାବାଳିକା : ବଞ୍ଚାଇବାକୁ ଯାଇ ବାପାଙ୍କ ମୃତ୍ୟୁ

Published By : Prameya-News7 Bureau | March 12, 2020 IST

ଲଳିତପୁର ୧୨/୩: ଜାଖଲୌନ କେନାଲର ପୋଲରେ ସେଲଫି ନେବାବେଳେ ୯ବର୍ଷ ବୟସ ନାବାଳିକାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ କେନାଲରେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ବାପା ମଧ୍ୟ କେନାଲକୁ ଡେଇଁ ପଡ଼ିଥିଲେ କିନ୍ତୁ ସେ କେନାଲରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ନାବାଳିକାଙ୍କୁ ବଞ୍ଚାଇଥିଲେ। ମୃତକଙ୍କ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକ ଗହଣା ବ୍ୟବସାୟୀ ଥିଲେ। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

କୋତଓ୍ବାଲି ସଦର ଅଞ୍ଚଳର ମୋହଲ୍ଲା କଟରା ବଜାର ବାସିନ୍ଦା ୪୦ବର୍ଷ ବୟସ୍କ ଅଂଶୁ ଓରଫ ଆଦିତ୍ୟ ଟଡୈୟା ନିଜ ପରିବାର ଲୋକଙ୍କ ସହ ବୁଧବାର ଜାଖଲୌନ ଥାନାର ବନ୍ଦରଗୁଢ଼ା ଗାଁକୁ ବୁଲିବାକୁ ଯାଉଥିଲେ। ଦ୍ବିପ୍ରହର ସାଢ଼େ ୩ଟାବେଳେ ବନ୍ଦରଗୂଢ଼ାରୁ ୨କିଲୋମିଟର ପଛକୁ ସିଦ୍ଧବାବା ମନ୍ଦିର ପାଖରେ ଜାଖଲୌନ କେନାଲ ପୋଲରେ ସେମାନେ ସେଲଫି ନେଇଥିଲେ। ସେତିକିବେଳେ ଅଂଶୁଙ୍କ ୯ବର୍ଷ ବୟସର ଝିଅ ଅନାୟା ସେଲଫି ନେବାବେଳେ କେନାଲରେ ଖସି ପଡ଼ିଥିଲେ। ଅଂଶୁ ତାଙ୍କ ଝିଅଙ୍କୁ ବଞ୍ଚାଇବାକୁ ଯାଇ ନୋଲକୁ ଡେଇଁ ପଡ଼ିଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.