Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ପୁଅର ମାଡ଼ରେ ଚାଲିଗଲା ବାପାର ଜୀବନ, ଅଭିଯୁକ୍ତ ପୁଅ ଥାନାରେ ଅଟକ

2/10/2021 at 10:47 PM

ଭଞ୍ଜନଗର, ୦୨/୧୦: ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାନ ପୁଅର ମାଡରେ ବାପାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ନାମ ହାଡୁ ନାଇକ । ଆଜି ଅପରାହ୍ନରେ ପୁଅ ଶିବ ନାଇକ ଗ୍ରାମର ଅନ୍ୟ ଜଣଙ୍କ ସହିତ ଗଣ୍ଡଗୋଳ କରୁଥିବା ବେଳେ ବାପା ହାଡୁ ନାଇକ ଛଡାଇବା ପାଇଁ ଯାଇଥିଲେ ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ମାରିବା ସହିତ ଧକ୍କା ଦେଇଥିଲା ।

ଫଳରେ ହାଡୁ ଘଟଣା ସ୍ଥଳରେ ତଳେ ପଡିଯାଇଥିଲେ । ପରେ ପରିବାର ଲୋକେ ହାଡୁକୁ ଭଞ୍ଜନଗର ମେଡିକେଲ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଂଚି ପୁଅ ଶିବ ନାଇକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି l

   Related Posts